ପୁରା ଖବର ବିଷୟରେ



ପୋଖରି ନିକଟରୁ ଯୁବକର ମୃତ ଦେହ ଠାବ

Mar 17 2022 4:47PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକସ୍ଥିତ ସେଣ୍ଟ୍ରାଲ ନର୍ସରି ନିକଟରେ ସକାଳୁ କିଛି ଲୋକ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଜଣେ ଯୁବକର ମୃତ ଶରୀର ଦେଖିବାକୁ ପାଇଥିଲେ । ପରେ ମୃତ ଯୁବକର ପରିଚୟ ଜାଣିପାରି ପରିବାରଲୋକଙ୍କୁ ଖବର ଦେଇଥିଲେ।  ମୃତକ ଜଣକ ଝରିଗାଁ ଗ୍ରାମ ହରିଜନ ସାହିର ବଳରାମ ବିଶି । ଗତକାଲି ସେ ପରିବାରଲୋକଙ୍କୁ ଅନ୍ୟ ଜଣଙ୍କ ଫୋନରେ ସକାଳୁ ଘରକୁ ଫେରିବା ନେଇ ଜଣାଇଥିବା ପରିବାର ଲୋକେ ଯାହା କୁହନ୍ତି ।  ତେବେ ଖବର ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ଏହା ହତ୍ୟା ନା ଦୁର୍ଘଟଣା ସେ ସମ୍ପର୍କରେ ପୁଲିସ ବର୍ତ୍ତମାନ ସ୍ପଷ୍ଟ ହୋଇପାରିନାହାନ୍ତି । ଅନ୍ୟପକ୍ଷେ ପାରିପାର୍ଶ୍ବିକ ସ୍ଥିତି ଦେଖି ଲୋକମାନେ ଘଟଣାକୁ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି। ଘଟଣାସ୍ଥଳରେ ଝରିଗାଁ ଆଇଆଇସି ନଟବର ନନ୍ଦ, ଉମରକୋଟ ଏସଡିପିଓ ଦିନେଶ କୁମାର ନାୟକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏଣେ ଘଟଣାର ତଦନ୍ତ ପାଇଁ କୋରାପୁଟ ଠାରୁ ସାଇଣ୍ଟିଫିକ ଟିମ ଆସିବ ବୋଲି ସୂଚନା ମିଳୁଛି ।