ପୁରା ଖବର ବିଷୟରେ



ଅଚିହ୍ନା ଶବକୁ ଦାହ ସଂସାର ଓ ଉଚିତ ସତ୍କାର କଲେ ପୋଲିସ ବାବୁ

Mar 17 2022 1:15PM
(ରାୟଗଡା ରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ଅଚିହ୍ନା ଶବକୁ ଦାହ ସଂସାର ଓ ଉଚିତ ସତ୍କାର କଲେ ପୋଲିସ ବାବୁ ରାୟଗଡା : ସ୍ଥାନୀୟ ସହରର ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗତ କାଲି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମଖରେ ଜଣେ ଭିକ୍ଷା ବୃତ୍ତି କରୁ ଥିବା ଅସହାୟ ଗରିବ ବୃଦ୍ଧା ମୃତ୍ୟୁ ବରଣ କରିଥିଲେ ତାଙ୍କର କେହି ପରିବାର ବର୍ଗ ନାହାନ୍ତି, ସେଠାକାର ବାସିନ୍ଦା ମାନେ ପୌର ପରିଷଦ କାର୍ଯ୍ୟାଳୟରେ ଶବ୍ ଉଠାଇଦେବା ପାଇଁ ଫରିଆଦ କରିଥିଲେ କିନ୍ତୁ ପୌର ପରିଷଦ କାର୍ଯ୍ୟାଳୟ ତୁରନ୍ତ ଆବଶ୍ୟକ ପଦକ୍ଷେପ ନ ନେବାକୁ ସେଠାକାର ବାସିନ୍ଦା ମାନେ ପୋଲିସ ଅଧିକାରୀଙ୍କ ନିକଟରେ ଫାରୀୟଦ୍ କରିଥିଲେ।ଏହି ଘଟଣାକୁ ଶୁଣି ରାୟଗଡା ପୋଲିସ କାର୍ଯ୍ୟାଳୟ କାର୍ଯ୍ୟରତ ପୋଲିସ ସେକେଣ୍ଡ ଅଫିସର ଶ୍ରୀ ସୁଶାନ୍ତ ଶତପଥୀ ବାବୁ ସେ ନିଜେ ସ୍ବର୍ଗ ଧାମ ଗାଡ଼ି ନେଇ କି ଯାଇ ଯେଉଁଠୀ ବୃଦ୍ଧା ମୃତ୍ୟୁ ବରଣ କରିଥିବା ଜାଗାରୁ ମର ଶରୀରକୁ ଉଠାଇ ନେଇ ସ୍ୱାର୍ଗଧମ୍ ଠାରେ ଶବ କୁ ଉଚିତ୍ ସତ୍କାର କରିଥିବା ଦେଖା ଦେଇଛି। ସେ ଜଣେ ବିଦ୍ୱାନ ଓ କଡକ ଓ ମେଳlପି ପୋଲିସ ଅଧିକାରୀ ରୂପେ ପରିଚିତ ଶ୍ରୀ ସୁଶାନ୍ତ ଶତପଥୀ ବାବୁ। ସେ ଏହା ଆଗରୁ ଅନେକ ଏହି ପରି ଅଚିହ୍ନା ଅବହେଳିତ ଶବକୁ ଉଦ୍ଧାର କରି ଉଚିତ୍ ସତ୍କାର କରିଥିବା ଦେଖା ଦେଇଛି। ବୁଦ୍ଧିଜୀବୀ ମହଲରେ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।