ପୁରା ଖବର ବିଷୟରେ



ପୌର ପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ପାର୍ଟି ପକ୍ଷରୁ ଅସ୍ଥାୟୀ ନୂତନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ।

Mar 17 2022 10:39AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ପୌର ପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ପାର୍ଟି ପକ୍ଷରୁ ଅସ୍ଥାୟୀ ନୂତନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ। ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ବିଜେଡି ପାର୍ଟି ପକ୍ଷରୁ ପୌର ପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ମୂଖ୍ୟରାସ୍ତା ନିକଟରେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ କରକମଳରେ ଏକ ନୂତନ ଅସ୍ଥାୟୀ ବିଜେଡି କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଗମାଙ୍ଗ ଧୂପଦୀପ ସହକାରେ ଫିତା କାଟି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପ୍ରଦିପ ପ୍ରଜ୍ବଳନ ସହ ନଡ଼ିଆ ମାରି ଶୁଭ ଉଦ୍ଘାଟନ କରିଥିଲେ ଏବଂ ପରିଷଦର ବିଜେଡି ପାର୍ଟି ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଥିବା ଅଧ୍ୟକ୍ଷା ପ୍ରାର୍ଥୀ ସରମିତା ଶବର ଓ କାଉନସିଲର ମାନଙ୍କୁ ନେଇ ସାହି ସାହି ଓ ଘରକୁ ଘର ବୁଲି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟ ଭିକ୍ଷା ମାଗିଥିଲେ ।ଏହି ଅବସରରେ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା, ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର,କାଶି ବଳିୟାର ସିଂ,ଟୁନା ଗଉଡ଼,ଫୁଲକର ନିମାଲ, କେଦାରନାଥ ସାହୁ, ସନ୍ତୋଷ ମହାନ୍ତି, ଏମ୍.ପ୍ରସାଦ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ ।