ପୁରା ଖବର ବିଷୟରେ



ସମିତି କାର୍ଯ୍ୟାଳୟ ଗୁଡ଼ାରୀରେ ନବନିର୍ବାଚିତ ଅଧ୍ୟକ୍ଷାଙ୍କ ଆସନ ଗ୍ରହଣ

Mar 17 2022 10:38AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ସମିତି କାର୍ଯ୍ୟାଳୟ ଗୁଡ଼ାରୀରେ ନବନିର୍ବାଚିତ ଅଧ୍ୟକ୍ଷାଙ୍କ ଆସନ ଗ୍ରହଣ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ କାର୍ଯ୍ୟାଳୟରେ ନବନିର୍ବାଚିତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବରଙ୍କ ଆସନ ଗ୍ରହଣ ଉତ୍ସବ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଗୁଡ଼ାରୀ ବିଜେଡି ପାର୍ଟି ନେତୃତ୍ବରେ ଶ୍ରୀମତୀ ଅଧ୍ୟକ୍ଷା, ସମର୍ଥିତ ସମିତି ସଭ୍ୟସଭ୍ୟା ଓ ସମର୍ଥିତ ବିଜେଡି କର୍ମୀଙ୍କ ସହ ସମିତି କାର୍ଯ୍ୟାଳୟରେ ପହଞ୍ଚି ସମିତି କାର୍ଯ୍ୟାଳୟରେ ଥିବା ହନୁମାନ ମନ୍ଦିରରେ ଧୂପଦୀପ ପୁଷ୍ପ ଓ ନଡ଼ିଆ ମାରି ଶୁଭ ମନାସି ଥିଲେ । ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀ ପକ୍ଷରୁ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ ଅଧ୍ୟକ୍ଷା ଓ ବିଧାୟକଙ୍କୁ ଫୁଲତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଅଧ୍ୟକ୍ଷ କାର୍ଯ୍ୟାଳୟକୁ ପାଛୋଟି ନେଇ ଆସନ ଅଳଙ୍କୃତ କରାଇଥିଲେ । ଏହି ଅବସରରେ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା, ସମିତି ସଭ୍ୟ ସଭ୍ୟା, ଗୁଡ଼ାରୀ ବିଜେଡି ପାର୍ଟିର କାର୍ଯ୍ୟକର୍ତ୍ତା ସନ୍ତୋଷ ମହାନ୍ତି, କେଦାରନାଥ ସାହୁ, କାଶି ବଳିୟାର ସିଂ,ଫୁଲକର ନିମାଲ, ଟୁନା ଗଉଡ଼, ଏମ୍.ପ୍ରସାଦ ପ୍ରମୁଖ ସମେତ ବହୁ ବିଜେଡି ସମର୍ଥକ ମାନେ ଯୋଗ ଦେଇଥିଲେ ।