ପୁରା ଖବର ବିଷୟରେ



ଏଟିଉତ୍କଳ ଆଲୁମିନା ତରଫରୁ ସାମ୍ବାଦିକ ସମ୍ମିଳନୀ।

Mar 17 2022 9:09AM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ଉତ୍କଳ ଆଲୁମିନା ତରଫରୁ ସାମ୍ବାଦିକ ସମ୍ମିଳନୀ। ରାୟଗଡା : ସ୍ଥାନୀୟ ହୋଟେଲ୍ ତେଜସ୍ଵୀ ରେ ଉତ୍କଳ ଆଲୁମିନା ତରଫରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇ ଥିଲା।ଏହି କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନା ପ୍ରକଳ୍ପ ଲୋକ ସମ୍ପର୍କ ଅଧିକାରୀ ତନ୍ମୟ ମହାନ୍ତି ପରିଚାଳନା କରିଥିଲେ। ଜେନେରାଲ ମ୍ୟାନେଜର ସି ଏସ ଆର ଡ. ଲୋପମୁଦ୍ରା ପ୍ରିୟଦର୍ଶିନୀ ତତ୍ଵାବଧାନରେ ପରିଚାଳିତ ହେଇଛି। ତନ୍ମୟ ମହାନ୍ତି ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ଵାଗତ ଜଣାଇଥିଲେ।ଗଣ ମାଧ୍ୟମ ସହୋଜୋଗ ବିନା ଲୋକଙ୍କୁ ବିକାଶ ଧାରାରେ ଯୋଡିବା ଅସମ୍ଭବ ବୋଲି କହିଥିଲେ।ଏହି ଅବସରରେ ଉତ୍କଳ ଆଲୁମିନା ପ୍ରକଳ୍ପ ସାମାଜିକ ଦାୟୀତ୍ବ ବୋଧୋ କାର୍ଯ୍ୟକ୍ରମ ବିଷୟରେ ଗଣ ମଧ୍ୟମ ପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉତ୍କଳ ଆଲୁମିନା ପ୍ରକଳ୍ପ ଖଣି ପ୍ରଭାବିତ ରାୟଗଡା ଓ କଳାହାଣ୍ଡି ଦୁଇ ଜିଲ୍ଲା ଅଞ୍ଚଳ ବାସି ମାନଙ୍କ ଶିକ୍ଷା ସ୍ଵାସ୍ଥ୍ୟ ସୁରକ୍ଷା ମୌଳିକ ସୁବିଧା ଇତ୍ୟାଦି ପ୍ରକଳ୍ପ ସି ଏସ ଆର କିପରି କାମ କରି ଆସୁଥିଲେ ଅବଗତ କରିଥିଲେ।ଗ୍ରାମୀଣ ମହିଳା ମାନଙ୍କୁ ଆତ୍ମ ନିର୍ଭର କରିବା ପାଇଁ ପୋଷାକ ଓ ଚାନ୍ଦୁଆ ହସ୍ତଶିଳ୍ପ ତାଲିମ ପ୍ରଦାନ କରିଛନ୍ତି ଓ ଫଳ ପନିପରିବା ଲେମନ୍ ଗ୍ରାସ ଜୈବିକ ସାର ଚାଷ କରିବା ବୃହତ୍ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିବା ଉଦ୍ୟମୀ ମିତ୍ର ମାନଙ୍କୁ ନିଯୁକ୍ତ ପ୍ରଦାନ କରିବା , ଚପଲ ଶିଳ୍ପ ତେଲ ମିଲ, ୱେଲ୍ଡିଙ୍ଗ ଦୋକାନ ଖୋଲିବା ପ୍ରୋହସ୍ତନ କରିଥିଲେ।ଗଣ ମାଧ୍ୟମ ପ୍ରତିନିଧି ମାନେ କମ୍ପାନୀ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ଏହି କାର୍ଯ୍ୟ କ୍ରମରେ ରାୟଗଡା ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଡମ୍ବୁରୁ ପଣ୍ଡା ବହୁ ସଂଖ୍ୟାରେ ସାମ୍ୱାଦିକ ମାନେ ଉପସ୍ଥିତ ଥିଲେ।