ପୁରା ଖବର ବିଷୟରେ



ମୟୂରଭଞ୍ଜ ଜିଲ୍ଲା କୁ କେନ୍ଦ୍ର ଶାସିତ ଅଞ୍ଚଳ ରୂପେ ଘୋଷଣା କରିବାକୁ ଭଞ୍ଜ ସେନା ର ଦାବୀ

Mar 16 2022 8:05PM
(ମୟୁରଭଞ୍ଜ ଜିଲ୍ଲା ପ୍ରତିନିଧି ସୁରେଶ୍ଵର ଜେନା ଙ୍କ ରେପୋର୍ଟ ) ମୟୂରଭଞ୍ଜ ଜିଲ୍ଲା କୁ କେନ୍ଦ୍ର ଶାସିତ ଅଞ୍ଚଳ ରୂପେ ଘୋଷଣା କରିବାକୁ ଭଞ୍ଜ ସେନା ର ଦାବୀ । ମୟୂରଭଞ୍ଜ ର ଏକମାତ୍ର ସ୍ବେଚ୍ଛାସେବୀ ଅନୁଷ୍ଠାନ ଭଞ୍ଜସେନା ସର୍ବଦା ଜିଲ୍ଲାର ଉନ୍ନତି କଥା କହି ଆସିଛି ।୭୩ ବର୍ଷ ହେଲା ଓଡ଼ିଶା ସହିତ ମିଶ୍ରଣ ହୋଇଛି ଏ ଜିଲ୍ଲା ।ମିଶ୍ରଣ ପୂର୍ବରୁ ଯାହା ଥିଲା ଆଜି ଆହୁରି ଅବନତି ଆଡ଼କୁ ଯାଇଛି ।ଏ ଜିଲ୍ଲା ମିଶ୍ରଣ ସମୟର ଚୁକ୍ତି ଅନୁସାରେ କାର୍ଯକାରୀ କରିବାକୁ ସରକାର କୁଣ୍ଠିତ କାହିଁକି ବୋଲି ସେନା ପ୍ରଶ୍ନ କରିଛି ।କେନ୍ଦ୍ର ଓ ରାଜ୍ୟ କୁ ଏତେ ଦାନ କରି ଥିବା ବେଳେ ପ୍ରତି ଦାନ ରେ କିଛି ପାଇ ପାରି ନାହିଁ ।ଏ ସବୁକୁ ବିଚାର କୁ ନେଇ ମୟୂରଭଞ୍ଜ କୁ କେନ୍ଦ୍ର ଶାସିତ ଅଞ୍ଚଳ ରୂପେ ଘୋଷଣା କରିବାକୁ ମହାମହିମ ରାଷ୍ଟ୍ରପତି,ପ୍ରଧାନ ମନ୍ତ୍ରୀ ଓ ମହାମହିମ ରାଜ୍ୟପାଳ ଙ୍କ ନିକଟକୁ ଉଦଳା ପ୍ରଶାସନ ଜରିଆରେ ଦାବୀ ଜଣାଇ ଛନ୍ତି ।