ପୁରା ଖବର ବିଷୟରେ



ଜିଲ୍ଲା ବିଜେଡି ସଭାପତି ପାଇଁ ପ୍ରାର୍ଥୀ ପତ୍ର କଲେ ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ସୁଧୀର ଦାଶ

Feb 18 2020 1:25PM
ଜିଲ୍ଲା ବିଜେଡ଼ି ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ସୁଧୀର ଦାଶ । ରାୟଗଡ଼ା (ରାୟଗଡ଼ା ରୁ ତୁଷାର ରଞ୍ଜନ ସାହୁ) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର ଦାଶ ଧରିବେ ଜିଲ୍ଲା ବିଜେଡି ମଙ୍ଗ। ଅପ୍ରତିଦ୍ୱନ୍ଦ୍ୱୀ ରୂପେଦଳର ଜଣେ ନେତା ସବୁ ଚର୍ଚ୍ଚାର ଅନ୍ତଘଟାଇ ଆଜି ଦଳୀୟ ନିର୍ବାଚନ ଅଧିକାରୀ ଆଇନଜୀବୀ ବ୍ରଜସନ୍ଦୁର ନାୟକଙ୍କ ନିକଟରେ ସଧୁୀର ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅପ୍ରତିଦ୍ୱନ୍ଦ୍ୱୀମୂଳକ ଭାବେ ଜଣେ ବିଜେଡି ନେତା ସଭାପତି ପାଇଁ ପ୍ରାର୍ଥୀପତ୍ର ପ୍ରଦାନ କରିଥିବାରୁ ଆସନ୍ତା ଦିନରେ ତାଙ୍କୁ ରାୟଗଡା ଜିଲ୍ଲା ବିଜେଡି ସଭାପତି ରୂପେ ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା କରିବା ନେଇ ଧାର୍ଯ୍ୟ ହୋଇଛି । ଜିଲ୍ଲାରେ ବିଜେଡି ସଭାପତି ରୂପେ ତାଙ୍କ ପ୍ରାର୍ଥୀତ୍ୱକୁ ରାଜ୍ୟସଭା ସାଂସଦ ଏନ୍ ଭାଷ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଓ ଗଗନ ଆଚାଯର୍ଯ୍ୟ ପ୍ରମୁଖ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ। ସୁଧୀର ଦଶଙ୍କୁଦଳର ସଭାପତି ରୂପେ ନିଜ ସମର୍ଥନ ଜଣାଇଥିଲେ ବିଜେଡି ନେତା ଚନ୍ଦ୍ରକାନ୍ତ ସାମଲ, ରତନଲାଲ ଜୈନ, ଗୋଦାବରି ରାଉତ ଓ ଜଗଦିଶ ପାତ୍ର ପ୍ରମୁଖ । ବିଜେଡିର ଦୁଇ ହେବିୱେଟ ରଜ୍ୟସଭା ସାଂସଦ ଏନ୍ ଭାଷ୍କର ରାଓ ଓ ବିଜୁସ୍ୱସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀରଦାଶଙ୍କ ମଧ୍ୟରେ ମତଭେଦ ରହିଥିବା ରାଜନୈତିକ ମହଲରେ ଯେଉଁ କଳ୍ପନାଜଳ୍ପନା ଚାଲିଥିଲା ତାହାର ଆପାତଃ ଅନ୍ତଘଟିଛି । ଶ୍ରୀ ଦାଶଙ୍କ ସଭାପତି ପ୍ରାର୍ଥୀତ୍ୱକୁ ଶ୍ରୀ ରାଓ ପ୍ରସ୍ତାବ ଦେଇଥିବାବେଳେ ଉଭୟଙ୍କ ମଧ୍ୟରେ ବିଗତ ଦିନରେ ଦେଖାଯାଇଥିବା ମତଭେଦ ଉପରେ ପୂର୍ଣଛେଦ ପଡିଛି। ଆଗାମୀ ପୌରପ୍ରଶାସନ ନିର୍ବାଚନରେ ଦଳ ସଧୁୀର ଦାଶଙ୍କ ସଭାପତିତ୍ୱରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ବାନ୍ଧିଛି । ନିର୍ବାଚନରେ ବିଜେଡିର ରଣ କୌଶଳ କିପରି ରହିବ ତାହା ସଭାପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ । ଏହି ସମୟରେ ବିଜେଡି ଦଳରେ ହେବିୱଟଙ୍କ ମଧ୍ୟରେ କିପରି ତାଳମେଳ ରଖି ତୃଣମଳୂସ୍ତରର କର୍ମୀଙ୍କୁ ନେଇ ନିର୍ବାଚନ ବିଜୟ ଲକ୍ଷ୍ୟ ଦଳହାସଲ କରୁଛି । ତାହା ଆଗାମୀ ଦିନରେ ସଭାପତିଙ୍କ ରଣ କୌଶଳ ଉପରେ ନିର୍ଭର କରୁଛି । ଯାହା ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି ।