ପୁରା ଖବର ବିଷୟରେ



ବଂଶଧର ଓ ଇଲାକା ପଣ୍ଡା ଫାଉଣ୍ଡେସନ ଦ୍ବାରା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ

Feb 18 2020 1:22PM
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ। ରାୟଗଡ଼ା (ରାୟଗଡ଼ା ରୁ ତୁଷାର ରଞ୍ଜନ ସାହୁ) : ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଓ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଦ୍ୱାରା ୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଯେଉଁମାନେ ବର୍ତ୍ତମାନ କ୍ଷୁଦ୍ର ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତି, ସେମାନଙ୍କୁ ୧୦୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଉ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଶ୍ରୀ ତ୍ରିନାଥ କୌଶଲ୍ୟା ଯେ କି ବିଭିନ୍ନ ଗ୍ରାମ କୁ ଯାଇ ବ୍ୟବସାୟ କରନ୍ତି ତାଙ୍କୁ ଯାତାୟତରେ ଯେପରି ସହାୟକ ହେବ ଏଥିପାଇଁ ଏକ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଇମ୍ଫାର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ଇ.ଭି.ଏସ୍ ଉମା ମହେଶ୍ବର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର, କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାପସ କୁମାର ଭୋଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଗୋପାଳ ରାଓ, ମଙ୍ଗଲ ସମ୍ପ୍ରସାରଣ ଅଧିକାରୀ ସିଦ୍ଧାର୍ଥ ପଟନାୟକ, ତେଜରାଜ ନାଗ ଉପାଧ୍ୟକ୍ଷ, କୋଲନରା ପଞ୍ଚାୟତ ସମିତି, ଇମ୍ଫାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, ସ୍ଥାନୀୟ ପଲ୍ଲୀବିକାଶର ନିର୍ଦ୍ଦେଶକ ଶ୍ରୀ ରାଧାଶ୍ଯାମ ପଣ୍ଡା ଏବଂ ସହାୟତା ପାଇଥିବା ହିତାଧିକାରୀ ମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ଇମ୍ଫା ର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଶକ୍ତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଇଂମ୍ଫାର ଏଭଳି ମହତ କାର୍ଯ୍ୟକୁ ସର୍ବସାଧାରଣରେ ପ୍ରଶଂସା କରାଯାଇଛି।