ପୁରା ଖବର ବିଷୟରେ



ଗୁଣିଗାରେଡି ସନ୍ଦେହରେ ଦୁଇ ମହିଳାଙ୍କୁ ନିସ୍ତୁକ ମାଡ଼

Jan 31 2020 6:36AM
ଗୁଣିଗାରେଡି ସନ୍ଦେହରେ ଦୁଇ ମହିଳାଙ୍କ ନିସ୍ତୁକ ମାଡ଼ । Reporter - ତୁଷାର ରଞ୍ଜନ ସାହୁ (ରାୟଗଡ଼ା) ଗୁଣିଗାରେଡି କୁ କେନ୍ଦ୍ର କରି ଦୁଇ ମହିଳାଙ୍କୁ ଆକ୍ରମଣ ଗୁରୁତର ଅବସ୍ଥାରେ ପୋଲିସ ଦ୍ୱାରା ଉଦ୍ଧାର ଘଟଣା ଘଟିଛି ରାୟଗଡ଼ା ସହର ଉପକଣ୍ଠ ଠାରେ ଥିବା ମାଙ୍କଡ଼ଝୋଲା ଗ୍ରାମରେ । ଏହି ଗ୍ରାମର ସବିତା ଜାନୀ ଓ ଗରମା ମୁଦୁଲି ଙ୍କୁ ନିସ୍ତୁକ ମାଡ଼ ମାରି ବନ୍ଦ କୋଠରୀ ଭିତରେ ରଖିଥିଲେ । ଖବର ପାଇ ପୋଲିସ ପହଞ୍ଚି ଦୁଇ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରାଇଛି । ଆଜି ସକାଳେ ଉକ୍ତ ଗ୍ରାମର ସନ୍ତୋଷ ଜାନୀ ନାମକ ଜନେକ ଜୀବକର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ସବିତା ଓ ଗରମା ଗୁଣି ଗାରେଡି କରି ସନ୍ତୋଷକୁ ମରିଦେଇଥିବା ସନ୍ଦେହ କରି ଗ୍ରାମର କିଛି ଲୋକ ଏମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ତମ ପରିବାର ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ । ଖବର ପାଇ ରାୟଗଡ଼ା ର ଏକ ଟିମ ମାଙ୍କଡ଼ଝୋଲା ଗ୍ରାମରେ ପହଞ୍ଚି ଦୁଇ ଆହତ ମହିଳାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ଗାଁରେ ଚାପା ଉତେଜନା ଲାଗିରଥିବାରୁ ଗ୍ରାମରେ ପୋଲିସ ମୁତୟନ ହୋଇଛି ।