ପୁରା ଖବର ବିଷୟରେ



ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Jan 31 2020 6:31AM
ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ । Report- Srikanta Mohapatra ବାସୁଦେବପୁର ପୌରପାଳିକା ସ୍ଥିତ ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚ ବିଦ୍ୟାଳୟର ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ସଭାପତି ଅଭିମନ୍ୟୁ ବେହେରା ଙ୍କ ସଭାପତିତ୍ଵରେ ,ମୂଖ୍ୟଅତିଥି ଭାବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଭୂ-ତତ୍ତ୍ଵ ବିଜ୍ଞାନ ବିଭାଗର ମୂଖ୍ୟ ପ୍ରଫେସର ଡ଼.ଶ୍ରୀରୂପ ଗୋସ୍ଵାମୀ , ମୂଖ୍ୟବକ୍ତା ଖଇରା ମହାବିଦ୍ୟାଳୟର ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକ . ସମ୍ମାନିତବକ୍ତା ବରିଷ୍ଠ ପୋଲିସ ଅଧିକାରୀ ସରୋଜ କୁମାର ମହାପାତ୍ର , ଅନ୍ୟମଞ୍ଚାସିନ ଅତିଥି ମାନେ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ ପ୍ରମୁଖ ଅତିଥି ମାନେ ମଞ୍ଚାସିନ ଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗବନ୍ଧୁ ନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ସୁଧାଂଶୁ ଶେଖର ମିଶ୍ର ମଞ୍ଚାସିନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମଞ୍ଚାସିନ ଅତିଥି ମାନେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ଵର୍ଗତ ଗୁରୁ ବଙ୍କିମ ଚନ୍ଦ୍ର ମହାରଣା ସ୍ମୃତିଚାରଣ କରିବା ସହିତ । ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଶିକ୍ଷାର ଓ ଶିକ୍ଷକଙ୍କ ଭୂମିକା ବିଷୟରେ କହିଥିଲେ ।ବିଦ୍ୟାଳୟ ପକ୍ଷରୁ କୃତି ଛାତ୍ର ସ୍ମୃତି ପ୍ରକାଶ ଧୂପାଳ ଓ ଛାତ୍ରୀ ପୂଜାପଲ୍ଲବୀ ମଳିକ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପୁସ୍ତକ ସୃଜନୀ ର ଲୋକାର୍ପଣ ଅତିଥିମାନଙ୍କ ଦ୍ବାରା କରାଯାଇଥିଲା ବିଦ୍ୟାଳୟର ବାର୍ଷିକ କ୍ରିଡା ରେ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଦ୍ୟାଳୟ ଚେୟାରମ୍ୟାନ ଅଭିମନ୍ୟୁ ବେହେରା ଙ୍କ ରଚିତ ନାଟକ ସତ୍ୟବାଦୀ ହରିଶ୍ଚନ୍ଦ୍ର ପରିବେଷଣ କରାଯାଇଥିଲ । ଏହି ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ସେମାନଙ୍କ ଅବିଭାବକ , ସ୍ଥାନିୟ ବାସିନ୍ଧା ମାନେ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପରିବେଶଣ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କର ଅକ୍ଳାନ୍ତ ପରିଶ୍ରମ ଫଳରେ ଉକ୍ତ ଉତ୍ସବଟି ସଫଳ ହୋଇଥିଲା ।