ପୁରା ଖବର ବିଷୟରେ



ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ହତ୍ୟା ଅଭିଯୋଗରେ କଂଗ୍ରେସ ର ରାସ୍ତା ଅବରୋଧ ।

Jan 14 2020 11:31AM
ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ହତ୍ୟା ଅଭିଯୋଗରେ କଂଗ୍ରେସର ରାସ୍ତା ଅବରୋଧ । Reporter -ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲ କରସ୍ପେଣ୍ଡେଟ) ସନ୍ଦେହ ଘେରରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟଣା । ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି । ଘଟଣାକୁ ପାଖାପାଖି ୨୦ ଦିନ ବିତିଥିବା ବେଳେ ମୃତକଙ୍କ ସମ୍ପର୍କୀୟ ଓ କଂଗ୍ରେସ ଆଣିଛନ୍ତି ହତ୍ୟା ଅଭିଯୋଗ । କଂଗ୍ରେସ ପକ୍ଷରୁ ଗୁଣୁପୁର-ରାମନାଗୁଡ଼ା ନିକଟ ବାଙ୍ଗୀ ଛକରେ ରାସ୍ତାରୋକ କରାଯାଇଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତ ମାସ ୨୪ ତାରିଖ ରାତିରେ ତାଣ୍ଡିକଣା ଛକରେ ପୁରୁଷୋତ୍ତମଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମ୍‌ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ପ୍ରାଥମିକ ତଦନ୍ତ କରି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲା । ତେବେ ପୁରୁଷୋତ୍ତମଙ୍କ ସମ୍ପର୍କୀୟ ଓ କଂଗ୍ରେସ ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାୟାର ଜାଳି ରାସ୍ତାରୋକ କରାଯାଇଛି ।