ପୁରା ଖବର ବିଷୟରେ



ରାୟଗଡା ରେ ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ଧକ୍କା

Jan 9 2020 11:14AM
ରାୟଗଡ଼ାରେ ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା । Reporter – ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲ କରସ୍ପେଣ୍ଡେଟ) ରାୟଗଡା ସ୍ଥିତ ପିତାମହଲ ନିକଟରେ ଏକ ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା ହେବା ଫଳରେ ଟ୍ୟାଙ୍କରଟି ଜଳି ଯାଇଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ରାତ୍ର ୧ଘଣ୍ଟା ସମୟରେ ଏକ ଟ୍ୟାଙ୍କର୍ ବିଶାଖାପାଟଣାରୁ ରାୟଗଡ଼ା ଆଡ଼କୁ ଆସୁଥିଲା । ଅପରପକ୍ଷରେ ଏକ ଟ୍ରକ୍ ରାୟଗଡ଼ାରୁ ବିଶାଖାପାଟଣା ଆଡ଼କୁ ଯାଉଥିଲା। ଉଭୟ ଗାଡ଼ି ରାୟଗଡ଼ା ସହରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ପିତାମହଲର ନିକଟରେ ପରସ୍ପର ସହିତ ଧକ୍କା ହୋଇଥିଲେ। ଏହା ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଟ୍ୟାଙ୍କରର ଡ୍ରାଇଭର କେବିନଟି ସଂପୂର୍ଣ୍ଣ ଜଳି ଯାଇଥିବା ଖବର ପାଇ ତତକ୍ଷଣାତ୍ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକଚାଳକଙ୍କର କିଛି କ୍ଷତି ଘଟି ନ ଥିବା ଜଣାଯାଇଛି। ଟ୍ୟାଙ୍କରଟି ମୁମ୍ବାଇରୁ ଜେକେପୁର କାଗଜକଳକୁ ହାଇଡ୍ରୋଜେନ୍ ପାରକ୍ସାଇଡ୍ ଏସିଡ୍ ନେଇ ଆସୁଥିଲା ବୋଲି ସୂଚନା ମିଳିଛି। ଅପରପକ୍ଷରେ ଟ୍ରକଟି ଲୁହାପଥର ନେଇ ଯାଉଥିଲା ।