ପୁରା ଖବର ବିଷୟରେ



ରାୟଗଡା ରେ ଭାରତ ବନ୍ଦ ଡାକରାର ପ୍ରଭାବ

Jan 9 2020 9:25AM
ରାୟଗଡ଼ାରେ ଭାରତ ବନ୍ଦ ଡାକରାର ପ୍ରଭାବ । Reporter – ତୁଷାର ସରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲ କରସ୍ପେଣ୍ଡେଟ) ରାୟଗଡା: ୧୨ ଦଫା ଦାବି ନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷର ସମଗ୍ର ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଆଜି ଜିଲ୍ଲାର ୧୧ ଗୋଟି ବ୍ଲକରେ ବିଭିନ୍ନ ସଂଗଠନ ବନ୍ଦ ପାଳନ କରୁଛନ୍ତି। ସେହିପରି ରାୟଗଡା ସହରର କପିଳାସ ଛକରେ ବିଭିନ୍ନ ସଂଗଠନ ରାସ୍ତାରୋକ କରିବା ସହ ପିକେଣ୍ଟିଂ କରି ବନ୍ଦରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି। ସେହିପରି ଶ୍ରମିକ ସଂଗଠନର ଶତାଧିକ କର୍ମୀ ରେଳ ରୋକ କରିଛନ୍ତି। ଫଳରେ ରାୟଗଡା ଷ୍ଟେସନ୍ ଦେଇ ଯାତାୟତ କରୁଥିବା କୋରାପୁଟ ଭିଶାଖା ଦି ଏମ୍ ୟୁ ଟ୍ରେନ୍ ଦୀର୍ଘ ସମୟ ଧରି ଅଟକ ରହିଥିଲା । ବନ୍ଦ ର ପ୍ରଭାବ ରାୟଗଡା ସହରରେ ପଡିଥିବା ବେଳେ ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ସେହିପରି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି । ଶ୍ରିମିକମାନଙ୍କ କ୍ଷେତ୍ରରେ ସରକାର ଘୋଷଣା କରିଥିବା ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନ କୁ ବିରୋଧ କରିବା ସହ ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ପରି ୧୨ ଦଫା ନେଇ ଆଜି ବନ୍ଦ ପାଳନ କରାଯାଉଛି । ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଟ୍ରେଡ ୟୁନିୟନର ବନ୍ଦ ଡାକରାରେ ସାମିଲ ହୋଇ ଆଗାମୀ ଦିନରେ ଯଦି ସରକାର ଦାବୀ ଗୁଡିକ ନ ମାନନ୍ତି ତା ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇଏନଟିୟୁସିର ସାଧାରଣ ସଂପାଦକ ଭବାନୀ ଶଙ୍କର ଜେନା, ସିଟୁ ରାୟଗଡା ଜିଲ୍ଲା ସଭାପତି ଚନ୍ଦନ ହରେନ୍ଦ୍ର ନାଥ ପ୍ରମୁଖ ଧର୍ମଘଟରେ ସାମିଲ ହୋଇଥିଲେ । କୌଣସି ଅପ୍ରିତକର ପରିସ୍ଥିର ମୁକାବିଲା କରିବା ପାଇଁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ ।