ପୁରା ଖବର ବିଷୟରେ



ବାର୍ଷିକ ଅଧିବେଶନ ଓ ବନ୍ଧୁମିଳନ ଉତ୍ସବ

Jan 3 2020 12:06PM
- ବାର୍ଷିକ ଅଧିବେସନ ଓ ବନ୍ଧୁମିଳନ ଉତ୍ସବ Report-srikanta Mohapatra ବାସୁଦେବପୁର ବଣିକ ସଂଘ ପକ୍ଷରୁ ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ୱାଗତ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ପୁରଣ ବର୍ଷ ୨୦୧୯ ର ବିଦାୟ ଓ ନୂତନ ବର୍ଷର ୨୦୨୦ ଆଗମନ କୁ ମେଲୋଡି କାର୍ଯ୍ୟକ୍ରମ ଦ୍ଵାରା ସେଲିବ୍ରେଟ କରିଥିଲେ । ଗତକାଲି ସନ୍ଧ୍ୟା ରେ ବଣିକ ସଂଘ ପକ୍ଷରୁ ବାର୍ଷିକ ଅଧିବେସନ ଓ ବନ୍ଧୁମିଳନ ଉତ୍ସବ ର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ , ସମ୍ମାନୀତ ଅତିଥି ଭଦ୍ରକ ଜିଲ୍ଲା ବଣିକ ସଂଘର ସଭାପତି ଗୌରହରି ପଣ୍ଡା ଅନ୍ୟତମ ସମ୍ମାନୀତ ଅତିଥି ସୁରେଶଚନ୍ଦ୍ର ମହାନ୍ତ, ମୁଖ୍ୟବକ୍ତା ମନ୍ଦରଧର ମହାପାତ୍ର , ଅନ୍ୟମଞ୍ଚାସିନ ଅତିଥି ମାନେ ବିଶିଷ୍ଟ ଶିକ୍ଷାବିତ ଦୁଃଶାସନ ରାଉତ , ବଣିକ ସଂଘର ସଭାପତି ରବିନ୍ଦ୍ର ବାରିକ , ସଂପାଦକ ଦାସରଥି ଗୁପ୍ତା , ସଚିନ୍ଦ୍ର ବେହେରା , ଇଶ୍ଵରଲାଲ ଚଣ୍ଡକ ପ୍ରମୁଖ ଅତିଥି ମାନେ ଯୋଗ ଦେଇଥିଲେ ।ବିଭିନ୍ନ କ୍ଷେତ୍ରରେ ବାସୁଦେବପୁର ପାଇଁ ଅବଦାନ ଥିବା ତିନି ଜଣଙ୍କୁ ସମ୍ବୋଧିତ କରାଯାଇଥିଲା । ସମ୍ବୋଧିତ ପ୍ରତିଭା ମାନେ ହେଲେ ଇଶ୍ଵରଲାଲ ଚଣ୍ଡକ , ମନ୍ଦରଧର ମହାପାତ୍ର , ସଚିନ୍ଦ୍ର ବେହେରା ।