ପୁରା ଖବର ବିଷୟରେ



ଟାଙ୍ଗିଆରେ ୨ଭାଇଙ୍କୁ ଯୁବକଙ୍କ ମାରଣାତ୍ମକ ଆକ୍ରମଣ

Jan 3 2020 12:03PM
ଟାଙ୍ଗିଆରେ ୨ ଭାଇ ଙ୍କୁ ଯୁବକଙ୍କ ମରଣାତ୍ମକ ଆକ୍ରମଣ Report -Arupananda Nayak ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଡେ଼ଙ୍ଗସରଗି ଗ୍ରାମରେ ଗତ କାଲି ସନ୍ଧ୍ୟା ୭ ଟା ସମୟର ୨ ଭାଇ ଙ୍କୁ ମରଣାତ୍ମକ ଆକ୍ରମଣ ହେଇଥିବା ରିଆମାଳ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କାଲି ସନ୍ଧ୍ୟା ୫ ଟା ସମୟରେ ସମିର କୁମାର ପ୍ରଧାନ ଏକ ପୁଡ଼ିଆ ଖାଇବାକୁ ଚିରି ଥିଲେ କିନ୍ତୁ ଗାଁର ଇନ୍ଦ୍ର କିସାନ ଜବର୍ ଦସ୍ତ ସମିର ଙ୍କ ଠାରୁ ମାଗିନେଇ ଖରାପ ଭାଷାରେ ଗାଳି ଗୁଲଜ୍ କରିଥିଲେ, ପରେ ଇନ୍ଦ୍ର, ତାର ସାନ ଭାଇ ଚନ୍ଦ୍ର କିସାନ ଏବଂ ତାର ମା ଶୈଳ କିସାନ ମିଶି ଦଳବଧ୍ଅ ହୋଇ ସମିର କୁ ତାଙ୍କ ଘରକୁ ତଡି ଆଣି ସମିର ମା କୁ ଖରାପ୍ ଭାଷାରେ ମଧ୍ୟ ଗାଳି କରିଥିଲେ । ସମିର ର ବଡ଼ ଭାଇ ମନୋଜ କୁମାର ପ୍ରଧାନ ଭୋଜି କରିବାକୁ ଯାଇଥିଲେ, ସନ୍ଧ୍ୟା ୭ ଟାରେ ଘରକୁ ଆସିଲା ପରେ ସମିର ତାଙ୍କ ଭାଇକୁ ସବୁକିଛି ଜଣାଇଥିଲେ । ସଙ୍ଗେ ସଙ୍ଗେ ମନୋଜ ଆସି ଚନ୍ଦ୍ର କୁ ପଚାରିଲେ ମୋ ମା ତମର କଣ କଲେ, ତମେ ମୋ ମା କୁ କଣ ପାଇଁ ଗାଳି ଗୁଲଜ କଲ କହିବାରୁ ଚନ୍ଦ୍ର ହାତରେ ଧରିଥିବା ଏକ ଲୁହା ଛଡ଼ ରେ ମନୋଜ ଙ୍କ ମୁଣ୍ଡକୁ ପିଟିଥିଲେ । ଏବଂ ଲୁହା ଛଡ଼ରେ ପିଟିବା ପୁର୍ବରୁ ଭାଷ୍କର କିସାନ ଧରି ପକାଇଥିଲେ ।ମରି ଗଲି ବୋଲି ପାଟି କରିବାରୁ ସମିର ଦୈଡି଼ ଆସି ପହନ୍ଚିବା ଖ୍ୟଣି ଚନ୍ଦ୍ର ଧରିଥିବା ଟାଙ୍ଗିଆରେ ସମିର ର ପଛ ବେକ ଓ ମୁଣ୍ଡକୁ ହାଣିଦେଲା ଫଳରେ ୨ ଭାଇଙ୍କ ମୁଣ୍ଡ ଫାଟି ରକ୍ତ ସ୍ରାବ ହେଲା ରକ୍ତ ବନ୍ଦ କରି ହେଲା ନାହିଁ । ସେହି ସମୟରେ ଇନ୍ଦ୍ର କିସାନ ଏକ ଖୋଲା କାଚ ବୋତଲ୍ ଭୂମିରେ ଫଟାଇ ସମିର ଙ୍କ ପେଟରେ ମାରିବାକୁ ଚାହିଁଥିଲେ କିନ୍ତୁ ସମିର ଅଣି ହେଇ ଯିବା ଫଳରେ ବାମ ହାତରେ ଚମଡା ଫାଟି ରକ୍ତ ସ୍ରାବ ହେଲା । ଚନ୍ଦ୍ର କିସାନ ମନୋଜକୁ, ଯଦି ପୋଲିସ୍ ଆଗରେ ଆମ ବିଷୟରେ କିଛି ପାଟି ଫିଟାଉ କି କମ୍ପ୍ଲେନ କରୁ ମୋ ପିସ୍ତଲ୍ ରେ ଉଡେଇ ଦେବା ପାଇଁ ଧମକ୍ ଦେଇଥିଲେ ।ପରେ ସଙ୍ଗେ ସଙ୍ଗେ ପରିବାର ଲୋକ ଛତାବର ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ରେ ଚିକିସ୍ଚା କରିବା ପରେ । ଆଜି ରିଆମାଳ ଥାନାକୁ ଆସି ମନୋଜ ଏତଲା ଦେଇଥିଲେ ।