ପୁରା ଖବର ବିଷୟରେ



ଅଡାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ C.D.M.O ଙ୍କ ସମୀକ୍ଷା

Jan 2 2020 9:35PM
ଅଡାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ C.D.M.O ଙ୍କ ସମୀକ୍ଷା RIPORT - jagannath palata ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଅଡାଳପଙ୍କ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ )ରେ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ବିଭିନ୍ନ କାଯ୍ୟର ସମୀକ୍ଷା କରିଛନ୍ତି ।ସୂଚନା ଯୋଗ୍ଯ ଯେ ଆଜି ଅଡାଳପଙ୍କ ଆଜି ଅଡାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ )ପରିସରରେ ଅଣସଂକ୍ରମଣ ରୋଗୀ ମାନଙ୍କର ବିଭିନ୍ନ ପ୍ରକାର ପରୀକ୍ଷା ଚାଲିଥିବା ବେଳେ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଡଃ ଜଗନ୍ନାଥ ପହି, ଏପି ଡେମୋଲୋଜିଷ୍ଟି ଡଃ କାସିନାଥ ପଣ୍ଡା ହଠାତ୍ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ବିଭିନ୍ନ କାଯ୍ୟର ସମୀକ୍ଷା କରିବା ସହ ପରିକ୍ଷଣ ପଦ୍ଧତି ଉପରେ ତର୍ଜମା କରିଥିଲେ ।ପରେ ଆଡିଆ କ୍ଲଷ୍ଟର ଆଶାକର୍ମୀ ମାନଙ୍କୁ v.i.a ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ ।ଏହି ଶିବିରରେ ରକ୍ତଚାପ ,ମଧୁମେହ, ସେରିକାଲ୍ କେନ୍ସର ଆଦି ଅଣ ସଂକ୍ରମଣ ରୋଗର ଆକ୍ରାନ୍ତ ନିଷ୍ଳୁକ ଚିକିତ୍ସିତ 36 ଜଣ ରୋଗୀଙ୍କ ସଂପର୍କରେ ଅବଗତ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ଚିକିତ୍ସାଳୟର ଆୟୁସ୍ ଡାକ୍ତର ଦିଲ୍ଲୀପ କୁମାର ସାହୁ, ହେଲଥ ସୁପରଭାଇଜର କୃପାସିନ୍ଧୁ ସେଠୀ, ଷ୍ଟାପ ନର୍ସ ମାନସୀ ସେଠୀ, ପୁରୁଷ ସ୍ବାସ୍ଥ୍ୟକର୍ମୀ ଚନ୍ଦ୍ରକାନ୍ତ ବିଶ୍ବାଳ, ମହିଳା ସ୍ବାସ୍ଥ୍ୟକର୍ମୀ ସସ୍ମିତା ସାହୁ କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଶାକର୍ମୀ ମାନେ କାଯ୍ୟକ୍ରମ ରେ ସହଯୋଗ କରିଥିଲେ ।