ପୁରା ଖବର ବିଷୟରେ



ରିଆମାଳ ରେ କାର୍ - ସ୍କୁଟି ମୁହାଁମୁହିଁ ଧକ୍କା ଜଣେ ମୃତ ୨ଗୁରୁତର

Dec 31 2019 3:00PM
ରିଆମାଳ ରେ କାର୍ -ସ୍କୁଟି ମୁହାଁମୁହିଁ ଜଣେ ମ୍ରୁତ ୨ ଗୁରୁତର Report.--Arupananda Nayak -ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଲୁଲଙ୍ଗ ପନ୍ଚାୟତ ଇଛାପୁର ଛକରେ ଆଜି କାର୍-ସ୍କୁଟି ଧକ୍କା ହେବା ଫଳରେ ମେଡି଼କାଲ ନେବା ବାଟରେ ଜଣଙ୍କର ମ୍ରୁତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ରିଆମାଳ ପନ୍ଚାୟତ ତିମୁର ଗ୍ରାମର ଚନ୍ଦ୍ରମଣି ସାହୁ ଙ୍କ ପୁଅ ଅଜିତ ସାହୁ (୩୫) ଭୁବନେଶ୍ୱର ରେ ହୋଟେଲ ମ୍ୟାନେଜମେନ୍ଟ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ଧର୍ମପତ୍ନି ବାଗିଡିଆ ର ଏକ ସ୍କୁଲ ରେ କାର୍ଯ୍ୟ କରନ୍ତି । ସେ ତାଙ୍କ ସ୍ତିରି (Wife) ଓ ୫ ବର୍ଷର ପୁଅକୁ ବାଗଡିଆରେ ଛାଡି ଭୁବନେଶ୍ୱର ଯାଇଥାନ୍ତେ । ତେବେ ପରିବାର କୁ ଧରି ଘରୁ ନିଜ ସ୍କୁଟି (ଗାଡି଼ ନଂ --ଓଡ଼ି--୧୯--ଏନ୍ --୪୧୩୦) ଯୋଗେ ଯାଉଥିବା ବେଳେ ଦିନ ୨ ଟା ସମୟରେ ଲୁଲଙ୍ଗ୍ ପନ୍ଚାୟତ ଇଛାପୁର ଛକଠାରେ ଏକ କାର (ଗାଡି ନଂ--ଓଡି--୦୨--ସି--୨୫୯୭) ଧୋକା ଦେବା ଫଳରେ ଅଜିତ ଙ୍କ ମୁଣ୍ଡ ଓ ଗୋଡରେ ଆଘାତ ହେବା ଫଳରେ ସେ ଚେତା ଶୂନ୍ୟ ହୋଇପଡିଥିଲେ । ସ୍ତୀ ଭୁକ୍ତାଙ୍କ ଅନ୍ଟାରେ ମଧ୍ୟ ଆଘାତ ହୋଇଥିବା ଫଳରେ ସେ ଗୁରୁତର ହୋଇଥିଲେ ଏବଂ ୫ ବର୍ଷର ପୁଅ ର ହାତରେ ମଧ୍ୟ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି ।ଘଟଣା ସ୍ତଳରେ ସ୍ତାନୀୟ ଜନସାଧାରଣ ଆସି ଅଜିତ ର ପରିବାରକୁ ଖବର ଦେଇ ସଙ୍ଗେ ସଙ୍ଗେ ଛତାବର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ତାଙ୍କୁ କଟକ ମେଡିକାଲକୁ ପଠାଇ ଦେଇଥିଲେ ।ତେବେ ବାଟରେ ନେବା ସମୟରେ ଅନୁଗୁଳ ରେ ଅଜିତ ଙ୍କ ମ୍ରୁତ୍ୟୁ ହୋଇଥିଲା । ସ୍ତିରି ଭୁକ୍ତା ଓ ପୁଅକୁ ବର୍ତମାନ ଅନୁଗୁଳ ମେଡିକାଲକୁ ଚିକିସ୍ଚା ପାଇଁ ନେଇଥିବା ଜଣା ପଡିଛି । ଅଜିତ ର କକା ଗୋବିନ୍ଦ ସାହୁ ଆସି ରିଆମାଳ ଥାନା ରେ ଏତଲା ଦେବା ପରେ ଘଟଣା ସ୍ଥଳରେ ପୋଲିସ୍ ପହଁଚି ତଦନ୍ତ କରୁଥିବା ଜଣାପଡି଼ଛି ।ଏପରି ଏକ ଅଭାବନିୟ ଘଟଣା ଯୋଗୁଁ ତିମୁର ଏବଂ ରିଆମାଳ ରେ ଶୋକର ଛାୟା ଖେଳିଯାଇଛି ।