ପୁରା ଖବର ବିଷୟରେ



କେନାଲରେ ପଡି ଯୁବକଙ୍କ ମୃତ୍ୟୁ

Dec 18 2019 7:45AM
Sକେନାଲରେ ପଡି ଯୁବକଙ୍କ ମୃତ୍ୟୁ । Report - Srikanta Mohapatra ବାସୁଦେବପୁର : କେନାଲକୁ ମାଛ ଧରିବାକୁ ଯାଇଥିବା ଯୁବକ କେନାଲରେ ପଡି ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ବାସୁଦେବପୁର ଥାନା ବେତଡା ବିଷ୍ଣୁବିନ୍ଧା ଅଂଚଳର ଲକ୍ଷନ ସିଂଙ୍କ ପୁଅ ଟୁଟୁ ସିଂ । ଆଜି ମଧ୍ୟାହ୍ନରେ ଟୁଟୁ ନିକଟସ୍ଥ କେନାଲକୁ ମାଛ ଧରିବାକୁ ଯାଇଥିବାବେଳେ ଅସାବଧାନତା ବସତ କେନାଲରେ ପଡି ଯାଇଥିଲା । ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ କେନାଳରୁ ଉଧାର କରିଥିଲେ । ପରିବାର ଲୋକ ବାସୁଦେବପୁର ମେଡିକାଲକୁ ନେଇଆସିଥିଲେ କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।