ପୁରା ଖବର ବିଷୟରେ



ପରିବେଶ ପ୍ରଦୂଷଣ ରୋକିବା ସହ ଓଡିଶାରେ ପର୍ଯ୍ୟଟନ ବିକାଶ ପାଇଁ ସାଇକେଲ ଆରୋହୀକଂ ପୁରୀରୁ - କୋରାପୁଟ ଯାତ୍ରା - ବାଣ୍ଟିଛନ୍ତି ସଚେତନତାର ବାର୍ତ୍ତା ।

Dec 14 2019 9:39AM
www.nutanaodisha.com ପରିବେଶ ପ୍ରଦୂଷଣ ରୋକିବା ସହ ଓଡିଶାରେ ପର୍ଯ୍ୟଟନ ବିକାଶ ପାଇଁ ସାଇକେଲ୍‍ ଆରେହୀଙ୍କ ପୁରୀରୁ-କେରାପୁଟ ଯାତ୍ରା-ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା । Reporter – ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲ କରସ୍ପେଣ୍ଡେଟ) ପରିବେଶ ପ୍ରଦୂଷଣ ରୋକିବା ସହ ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ସାଇକଲ୍‍ ଚାଳକ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ପୁରୀରୁ-କୋରାପୁଟ ଦେଓମାଳି ଯାଉଥିବା ରୁଟ ୍‍ସ୍‍ ଅଫ୍‍ ଓଡିଶା ଫାଉଣ୍ଡେସନର ଏହି ସାଇକେଲ ଆରୋହୀ ମାନଙ୍କୁ ରାୟଗଡାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଟିମ୍‍ ଆଜି ରାୟଗଡା ପହଞ୍ଚିବା ପରେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆରେ ବିଭିନ୍ନ କ୍ରୀଡା ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହାପରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପିଏ, ଆଇଟିଡିଏ ଟୁକୁ ବାରିକ୍‍, ଇମ୍ପା ଥେରୁବାଲି ପିଆର୍‍ଓ ଶକ୍ତି ପାଣିଗ୍ରାହୀଙ୍କ ସମେତ ଏହି ୨୭ ଜଣିଆ ସାଇକେଲ ଟିମ୍‍ ଉପସ୍ଥିତି ରହି ଛାତ୍ରଛାତ୍ରୀଙ୍କୁ ସାଇକଲ୍‍ ଚାଳନା ଦ୍ୱାରା ସ୍ୱାସ୍ଥ୍ୟରକ୍ଷା ସାଙ୍ଗକୁ ପରିବେଶ ସୁରକ୍ଷା ଓ ଗ୍ଲୋବାଲ୍‍ ୱାମିର୍ଙ୍ଗ୍‍ ନେଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ମୁଖ୍ୟତଃ ସାଇକେଲ୍‍ ଚାଳନା ଦ୍ୱାରା ସ୍ୱାସ୍ଥ୍ୟରକ୍ଷା ସାଙ୍ଗକୁ ପରିବେଶ ପ୍ରଦୂଷଣ ରୋକିବା ସର୍ବୋପରି ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଉଦ୍ୟମ କରିବା ଏହି ସାଇକେଲ ଯାତ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ସାଇକଲ ଚାଳନା ଟିମ୍‍ ।