ପୁରା ଖବର ବିଷୟରେ



ସାଇବର କ୍ରାଇମ୍

Dec 11 2019 10:43AM
ସାଇବର କ୍ରାଇମReport-Srikanta Mohapatra Basudevpur ସାଇବର ଠକେଇ ରୋକିବା ପାଇଁ ସରକାର ପକ୍ଷରୁ ବହୁ ସଚେତନ ପରେ ମଧ୍ୟ ରୋକା ଯାଇପାରୁ ନାହିଁ ସାଇବର ଠକେଇ । ସାଇବର ଠକ ମାନେ ନିରିହ ଗରିବ ଲୋକ ମାନଙ୍କୁ ଠକିବାରେ ବ୍ୟସ୍ତ ଅଛନ୍ତି । ଏହି ଠକେଇ ରେ ବ୍ୟାଙ୍କ କର୍ମଚାରୀ ମାନଙ୍କର ମଧ୍ୟ ପ୍ରଚ୍ଛଦ ପଟେ ହାତ ରହୁଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗୁଆଗଡ଼ିଆ ଗ୍ରାମରେ । ସୁଚନା ଅନୁସାରେ ଉକ୍ତ ଗ୍ରାମର ସୌମ୍ୟରଞ୍ଜନ ଦାସ ପିତା - ବାସବ ଚନ୍ଦ୍ର ଦାସ ଗୁଆଗଡ଼ିଆ ଗ୍ରାମର ଏକାଧିକ ଲୋକଙ୍କର ଆଧାର କାଡ଼ ସଂଶୋଧନ ଆଳରେ ସେମାନଙ୍କ ନାମରେ ବ୍ୟାଙ୍କରେ ଖାତା ଖୋଲି ଥିଲା , ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଲୋନ ଆଣିଥିଲା । ଏଠି ପ୍ରଶ୍ନ ଉଠୁଛି ବ୍ୟାଙ୍କ କୁ ଜଣେ ସାଧାରଣ ଲୋକ ଦଉଡ଼ି ଦଉଡ଼ି ବ୍ୟାଙ୍କ ଖାତା ଖୋଲି ଥାଏ , କିନ୍ତୁ ଏହି ଅସାଧୁ ଠକ ମାନଙ୍କର ବ୍ୟାଙ୍କ କର୍ମଚାରୀ ମାନଙ୍କ ସହିତ ଲିଙ୍କ ଏପରି ଲୋକ ନଯାଇ ମଧ୍ୟ ତାହା ନାମ ରେ ଖୋଲିଛନ୍ତି ବ୍ୟାଙ୍କ ଜମା ଖାତା ଏବଂ ଏହି ଠକର ଲିଙ୍କ ସେତିକରେ ସିମିତ ନାହିଁ ପୋଷ୍ଟାଲ କର୍ମଚାରୀଙ୍କୁ ମଧ୍ୟ ହାତକରୀ ହାତେଇଛନ୍ତି ଏଟିମ୍ କାଡ଼ । ସେହି ଗ୍ରାମର ଆର୍ଯ୍ୟପ୍ରକାଶ ସାହୁଙ୍କ ନାମରେ ଯେବେ ଲୋନ ଆଣିଥିବା ଚିଠି ତାଙ୍କ ଘରକୁ ଆସିଥିଲା ତେବେ ସେ ଉକ୍ତ ବ୍ୟାଙ୍କ ସହ ଯୋଗା ଯୋଗ କରିବାରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ଗ୍ରାମର ସୌମାରଞ୍ଜନ ଦାସ ତାଙ୍କ ନାମରେ ICICI ବ୍ୟାଙ୍କ କୋଟାକ ମହିନ୍ଦ୍ରା ବ୍ୟାଙ୍କ ରେ ଖାତା ଖୋଲି ଲୋନ ଉଠାଇଛନ୍ତି | ଏହି ବିଷୟରେ ଆର୍ଯ୍ୟପ୍ରକାଶ ସାହୁ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରେ ବାସୁଦେବପୁର ପୋଲିସ ମାମଲା ରୁଜୁ କରି ସୌମ୍ୟରଞ୍ଜନ କୁ ଗିରଫ କରିବା ସହିତ ଉକ୍ତ ଠକେଇରେ ବ୍ୟବହୃତ ଲାପଟପ , ମୋବାଇଲ ,ସ୍ଵାଇପ ମେସିନ , ଫିଙ୍ଗର ପ୍ରିଣ୍ଟ ମେସିନ , ବିଭିନ୍ନ ବ୍ୟାଙ୍କର ଜମା ଖାତା ,ଏଟିମ୍ କାଡ, ଗ୍ରାମବାସିଙ୍କ ନାମରେ ଆଧାର କଡ଼ ଜବତ କରିଛି । ଉକ୍ତ ଘଟଣା ପରଠାରୁ ସୌମ୍ୟରଞ୍ଜନଙ୍କ ବାପା ବାସବ ଚନ୍ଦ୍ର ଦାସ ଫେରାର ଅଛନ୍ତି ବୋଲି ସୂଚନା ମିଳିଛି ।