ପୁରା ଖବର ବିଷୟରେ



ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ (ଭିଡିଓଭାଇରାଲ) ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଜଣେ ଡାକ୍ତର

Mar 16 2022 8:57AM
କଳାହାଣ୍ଡି / ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଡାକ୍ତରଜଣକ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ରାତିରେ ଡ୍ୟୁଟିରେ ଥିବା ଡାକ୍ତର ଶୈଳେଶ କୁମାର ଦୋରା ହସ୍ପିଟାଲକୁ ଆସିଥିବା ଧର୍ମଗଡ଼ ବସ୍ତିପଡାର ଜଣେ ରୋଗୀଙ୍କୁ କୌଣସି କଥାକୁ ନେଇ ରାଗିଯାଇ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ତେବେ କେଉଁ କାରଣକୁ ନେଇ ଡାକ୍ତର ଏମିତି କାଣ୍ଡ ଭିଆଇଛନ୍ତି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉପଖଣ୍ଡ ଚିକିତ୍ସାଳୟ ଆଗରେ ଥିବା ରାଜରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କଲେ ବି କିଛି ସଫଳ ମିଳିନାହିଁ।