ପୁରା ଖବର ବିଷୟରେ



ବିଡ଼ିଓ ଗୁଡ଼ାରୀଙ୍କ ଜରିଆରେ ଏନ.ଏ.ସି.ୟୁଥ୍ ଫର୍ ଚେଞ୍ଜ ଗୁଡ଼ାରୀ ପକ୍ଷରୁ ପରିବହନ ଓ ରେଳବାଇ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ ।

Mar 16 2022 8:38AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବିଡ଼ିଓ ଗୁଡ଼ାରୀଙ୍କ ଜରିଆରେ ଏନ.ଏ.ସି.ୟୁଥ୍ ଫର୍ ଚେଞ୍ଜ ଗୁଡ଼ାରୀ ପକ୍ଷରୁ ପରିବହନ ଓ ରେଳବାଇ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ । ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅବହେଳିତ ଅଞ୍ଚଳ ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ଓ ବ୍ଳକର ଅଞ୍ଚଳ ବାସୀଙ୍କ ଦୁଃଖ ଓ ଦୂର୍ଦ୍ଦଶା ଉପରେ ସମିକ୍ଷା ସହକାରେ ଗତ ୨୦୨୨ ମାର୍ଚ୍ଚ ୨ ଓ ୩ ତାରିଖରେ ୟୁଥ୍ ଫର୍ ଚେଞ୍ଜ ଗୁଡ଼ାରୀ ପକ୍ଷରୁ ଦୁଇ ଗୋଟି ଦାବୀ ନେଇ ଦୁଇ ଦିନିଆ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦାବୀ ଗୁଡ଼ିକ ହେଲା ଗୁଡ଼ାରୀରୁ ଭୁବନେଶ୍ବର, ବିଶାଖାପାଟଣା ଓ ଜୟପୁରକୁ ସରକାରୀ ବସ ଚଳାଚଳ ଏବଂ ଗୁଣୁପୁର- ଥେରୁବାଲି ରେଳପଥ ଭାୟା ଗୁଡ଼ାରୀ ଦେଇ ଥେରୁବାଲି ସଂଯୋଗୀକରଣ ଦାବିରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିପୁଳ ସଂଖ୍ୟାରେ ଚାଷୀ ମୂଲିଆ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ଚାକିରିଆ ମାନଙ୍କ ସହମତି ଦସ୍ତଖତ ପ୍ରଦାନ କରିଥିଲେ । ଉକ୍ତ ସହମତି ଦସ୍ତଖତ ଅଭିଯାନ ଦାବୀପତ୍ର ୟୁଥ୍ ଫର୍ ଚେଞ୍ଜ ଗୁଡ଼ାରୀ ପକ୍ଷରୁ ଆଜି ୧୫-୩-୨୦୨୨ ତାରିଖରେ ପରିବହନ ଓ ରେଳବାଇ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୃସିଂହ ଚରଣ ସେଠୀଙ୍କ ଜରିଆରେ ପ୍ରଦାନ କରିଥିଲେ ।