ପୁରା ଖବର ବିଷୟରେ



ବି.ବି. ହାଇସ୍କୁଲ,ଢେଙ୍କାନାଳର ନବଗଠିତ ଶକ୍ତି କ୍ଲବର ଶକ୍ତି ସଂରକ୍ଷଣ ସମ୍ପର୍କରେ ପ୍ରଥମ ସେମିନାର-୨୦୨୨ ଅନୁଷ୍ଠିତ

Mar 16 2022 8:30AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ଢେଙ୍କାନାଳ:ମଙ୍ଗଳବାର    ଦିବା ୦୨ ଘଟିକା ସମୟରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ନିରାଡ଼ମ୍ବର ଭାବରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ନୂତନ ଇଣ୍ଟରଆକ୍ଟିଭ ପ୍ୟାନେଲ ସାହାଯ୍ୟରେ ପିପିଟି ମାଧ୍ୟମରେ ନବଗଠିତ ଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ପ୍ରକାର ଶକ୍ତି ସଂରକ୍ଷଣ ସମ୍ପର୍କରେ ପ୍ରଥମ ସେମିନାର-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଶକ୍ତି କ୍ଲବର ଉପଦେଷ୍ଟା,ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧(କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ସହକାରୀ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଶକ୍ତି କ୍ଲବର ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ  କ୍ଷୀରାବଧିତନୟା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ଅନୁଷ୍ଠିତ ଏହି ସେମିନାରରେ ମୁଖ୍ୟଅତିଥି ତଥା ସମ୍ମାନୀୟ ବିଚାରକଭାବରେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ବିଜ୍ଞାନ ଓ କାରିଗରୀ ବିଦ୍ୟାପ୍ରେମୀ ,ବୈଜ୍ଞାନିକ କାରଣ ଓ ପରୀକ୍ଷଣରେ ଦୃଢ଼ ବିଶ୍ୱାସ ରଖୁଥିବା,ଶିକ୍ଷା ସହଯୋଗୀ ଶଙ୍କର ଗୁରୁଙ୍ଗ ସ୍ଵୀୟ ବକ୍ତବ୍ୟରେ ଶକ୍ତିର ସୃଷ୍ଟି ନାହିଁ କି ତାର ବିନାଶ ନାହିଁ ଏହା କେବଳ ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ।ତେଣୁ,ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଶକ୍ତି ସଂରକ୍ଷଣ ପାଇଁ ସମସ୍ତେ ଆଗେଇ ଆସି ଶପଥ ନେବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।ଫୋଟୋଗ୍ରାଫି, ସିନେମାଟୋଗ୍ରାଫି କ୍ଷେତ୍ରରେ ଅନ୍ୟତମ ରାଜ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଯୁବ ପରିବେଶପ୍ରେମୀ ତଥା ଏହି  ଶତାୟୁ ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ଶୁଭ୍ରାଂଶୁ ଶତପଥୀ ସମ୍ମାନିତଅତିଥି ତଥା ବିଚାରକ ଭାବରେ ଯୋଗଦାନ କରି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଶକ୍ତିର ସୁରକ୍ଷା ହିଁ ଜୀବନ ରକ୍ଷାର ପ୍ରଥମ ସୋପାନ ବୋଲି ଦୃଢ଼ ମତପୋଷଣ କରି ସମସ୍ତେ ଏଥିପାଇଁ ସମ୍ମିଳିତ ଉଦ୍ୟମ କରି ବିଶ୍ୱର ସୁରକ୍ଷାରେ ବ୍ରତୀ ହେବା ପାଇଁ ଦୃଢ଼ ଆହ୍ୱାନ ଜଣାଇଥିଲେ। ଦଶମ ଶ୍ରେଣୀ ଛାତ୍ରୀ ପ୍ରିନ୍ସେସ ପ୍ରତୀକ୍ଷା, ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ମାର୍ଗଦର୍ଶନରେ : ପାୱାର ସେଭିଂ ବ୍ୟବହାରିକ ଉପକରଣ (ଷ୍ଟାର ରେଟିଙ୍ଗ) ବିଷୟବସ୍ତୁ ସମ୍ପର୍କରେ,ଦଶମ ଶ୍ରେଣୀର ଛାତ୍ରୀ ପାୟଲ ସାହୁ,ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନରେ : ପବନ ଶକ୍ତି,ନବମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ସାହୁ,ଶିକ୍ଷୟିତ୍ରୀ ସୁଜାତା ପଣ୍ଡାଙ୍କ ମାର୍ଗଦର୍ଶନରେ : ସୌର ଶକ୍ତି, ନବମ ଶ୍ରେଣୀର ଛାତ୍ରୀ ସ୍ମିତାଶ୍ରୀ ଦେହୁରୀ ,ଶିକ୍ଷୟିତ୍ରୀ ସ୍ୱାଗତିକା ରଥଙ୍କ ମାର୍ଗଦର୍ଶନରେ: ଭୂତାପୀୟ ଶକ୍ତି ଓ ନବମ ଶ୍ରେଣୀର ଛାତ୍ରୀ ସ୍ୱୟଂଅଂଶୁ ଶୁଭଦର୍ଶିନୀ ଧଳ,ମେଣ୍ଟର ଶିକ୍ଷୟିତ୍ରୀ କିରଣମୟୀ ମାହାଳିକଙ୍କ ସଫଳ ମାର୍ଗଦର୍ଶନରେ : ଜଳ ଶକ୍ତି ବିଷୟବସ୍ତୁ ସମ୍ପର୍କରେ  ପ୍ରକଳ୍ପସବୁକୁ ଇଣ୍ଟରଆକଟିଭ ପ୍ୟାନେଲ ସାହାଯ୍ୟରେ ପିପିଟି ମାଧ୍ୟମରେ ନିଜ ନିଜର ସେମିନାରର ସଫଳ ଉପସ୍ଥାପନ ଓ ପ୍ରଶ୍ନୋତ୍ତର ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଉପସ୍ଥିତ ସମସ୍ତଙ୍କ ଦ୍ୱାରା ବେଶ ପ୍ରଶଂସିତ ହୋଇପାରିଥିଲେ।ପରିଶେଷରେ  ସେମିନାରରେ  ଅଂଶଗ୍ରହଣକାରୀ ସମସ୍ତ ଛାତ୍ରୀ ଓ ସେମାନଙ୍କର ମାର୍ଗଦର୍ଶନକାରୀ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ମୁଖ୍ୟଅତିଥି ଓ ଅନ୍ୟତମ ସମ୍ମାନିତ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ।  ବିଦ୍ୟାଳୟର  ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଶକ୍ତି କ୍ଲବ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ରଙ୍କ ସମେତ ପ୍ରାୟ ୩୦ ଜଣ ଶକ୍ତି କ୍ଲବ ସଭ୍ୟ,ସଭ୍ୟା ଛାତ୍ର,ଛାତ୍ରୀ,ବିଜୟରଶ୍ମି ମିଶ୍ର,ଡ଼ା.ଦେବୀ ପ୍ରସାଦ ମିଶ୍ର, ଦେବରାଜ ରାଉତ,ଇତିଶ କୁମାର ବରାଳ,ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ସୁଜାତା ପଣ୍ଡା, କିରଣମୟୀ ମାହାଳିକ,ଦିପ୍ତୀଶ ଶତପଥୀ, କଲ୍ୟାଣୀ ବଡ଼ଜେନା, ସ୍ମିତିସୁଧା ଜେନା,ଧ୍ୟାନଚାନ୍ଦ ମିଶ୍ର, ଡ଼ଃ ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ, ସୁଭାଷ କୁମାର ନନ୍ଦ,ସ୍ବର୍ଣ୍ଣମୟୀ ଶତପଥୀ, ସୁଚିତ୍ରା ସାହୁ,ଅନୁପମା ପଣ୍ଡା,ରଶ୍ମୀ ହୋତା,କଳ୍ପନା ବାରିକ, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ସୁବ୍ରତ ସ୍ୱାଇଁ,ପ୍ରଭାତ ପ୍ରଧାନ, ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡା.ଦେବୀ ପ୍ରସାଦ ମିଶ୍ର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ପ୍ରଦାନ, ସେମିନାର ସଂଯୋଜନା, ପ୍ରଶ୍ନୋତ୍ତର ଓ ଆଲୋଚନା କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ କରିଥିବାବେଳେ ଶକ୍ତି କ୍ଲବର ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ  କ୍ଷୀରାବଧିତନୟା ମହାପାତ୍ର ଯୁଗ୍ମଭାବରେ କାର୍ଯ୍ୟକ୍ରମର ସଫଳ ଦାୟିତ୍ୱ ନିର୍ବାହ କରିବା ସଙ୍ଗେ ସଙ୍ଗେ ଏହାର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।