ପୁରା ଖବର ବିଷୟରେ



ପୌର ନିର୍ବାଚନ ନିମନ୍ତେ ପୋଲିଂ ଅଧିକାରୀଙ୍କୁ ତାଲିମ

Mar 16 2022 8:21AM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାୟଗଡ଼ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଗତ ସୋମବାର ପ୍ରକାଶ ପାଇଛି । ମଙ୍ଗଳବାର ଦିନ ରାୟଗଡ଼ ବ୍ଲକ୍ ସଦଭାବନା ଗୃହ ଠାରେ ୩୩ ଗୋଟି ପ୍ରିଜାଇଡିଂ, ପ୍ରଥମ ପୋଲିଙ୍ଗ ଅଧିକାରୀ ତଥା ସମସ୍ତ ସେକ୍ଟର ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଅଛି। ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ରାୟଗଡ଼ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ମାଷ୍ଟର ତାଲିମ ଦାତା ରୂପେ ମୁନିଗୁଡ଼ା ତହସିଲଦାର ଦେବାଶିଷ ଗୌଡ଼, ରାୟଗଡ଼ ଅତିରିକ୍ତ ତହସିଲଦାର ସୁନିଲ ଖୋରା ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରହ୍ମାନନ୍ଦ ବେହେରା ଯୋଗ ଦେଇ ଇଭିଏମ୍ ମେସିନ ର ବ୍ୟବହାର, ଅଧିକାରୀଙ୍କ ଦାଇତ୍ୱ ବିଷୟରେ ଆଲୋଚନା କରିଥିଲେ। ପାୱାର ପଏଣ୍ଟ ମାଧ୍ୟମରେ ଭୋଟିଂ ପ୍ରକ୍ରିୟା, ସିଲିଂ ପଦ୍ଧତି ଓ ଫର୍ମ ପୂରଣ କୌଶଳ ପ୍ରଦାନ କରାଯାଇଥିଲା ।, ପୌର ନିର୍ବାହୀ ଅଧିକାରୀ ବିଲାଲ ଅହମଦ,ତହସିଲଦାର ତାପସ ରାଉତ, ଏସ ଡି ପି ଓ ସୂର୍ଯ୍ୟ ନାରାୟଣ ମହାରଣା, ଚନ୍ଦ୍ରଶେଖର ରଥ, ପି ଏ ଗୋପାଳ ପଣ୍ଡା ପ୍ରମୁଖ ତାଲିମ ପ୍ରଦାନ ରେ ସହଯୋଗ କରିଥିଲେ । ଉକ୍ତ ତାଲିମର ରାୟଗଡ଼ ଥାନାରୁ ପୋଲିସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।ତାଲିମ କୁ ସହଜ ଓ ବୋଧଗମ୍ୟ କରିବା ନିମନ୍ତେ ପାୱାର ପଏଣ୍ଟ ଓ ଇଭିଏମ ମେସିନ ର ବ୍ୟବହାର ପାଇଁ ଦୁଇଟି ସ୍ବତନ୍ତ୍ର ପ୍ରକୋଷ୍ଠ ରେ ତାଲିମ ର ଆୟୋଜନ କରାଯାଇଥିଲା ।ଉପ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପୋଲିଂଗ ଅଧିକାରୀଙ୍କ ଭୂମିକା ଓ ଫର୍ମ ପୂରଣ ବିଷୟରେ ଆଲୋଚନା କରିଥିଲେ । ଅତିରିକ୍ତ ତହସିଲଦାର ସୁନିଲ ଖୋରା ଓ ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ତାଲିମାର୍ଥିଙ୍କୁ ସ୍ବତନ୍ତ୍ର ଭାବରେ ବାଲଟ ଓ କଣ୍ଟ୍ରୋଲ ୟୁନିଟ କୁ ଯୋଡିବା, ମୋକପୂଲ୍ ପ୍ରକ୍ରିୟା, ସିଲିଂ ଆଦି କୌଶଳ ଆଲୋଚନା କରିଥିଲେ । ବୁଧବାର ଦିନ ଅବଶିଷ୍ଟ ପୋଲିଙ୍ଗ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।