ପୁରା ଖବର ବିଷୟରେ



ଜୈବିକ ଚାଷରେ ପରିଣତ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ

Mar 15 2022 11:09AM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡା : ରାୟଗଡା ଜିଲ୍ଲା ପିତାମାହଲ୍ ଗ୍ରାମରେ ଜୈବିକ କୃଷି ବାବଦରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଏମ ଏସ ସ୍ବାମୀନାଥନ ସ୍କୁଲ ଅଫ ଏଗ୍ରିକଲଚର କୃଷି ବିଜ୍ଞାନର ଚତୁର୍ଥ ବର୍ଷର ଛାତ୍ର ପବନ କୁମାର ଦାସ ଓ ଅଭିଷେକ ମିଶ୍ର ଯୋଗ ଦେଇ ଭାରତୀୟ କୃଷି ଗବେଷଣା ଦ୍ବାରା ପ୍ରାୟୋଜିତ ରାୱେବ କାର୍ଯ୍ୟକ୍ରମ ମାଧ୍ୟମରେ ସାମ୍ପ୍ରତିକ ସ୍ଥିତିରେ ଜୈବିକ କୃଷିର ଆବଶ୍ୟକତା ଏବଂ ତହିଁରୁ ମିଳୁଥିବା ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ । ଏତଦବ୍ୟତୀତ ଏହାର ପ୍ରୟୋଗ କିପରି କରାଯିବ ତାହାର ନମୁନା ପ୍ରଦର୍ଶନ କରିଥିଲେ। ଆଜିର କୃଷି ପ୍ରଣାଳୀରେ ଚାଷୀ ମାନେ ବିଭିନ୍ନ ପ୍ରକାର ରାସାୟନିକ ସାର, କୀଟନାଶକ ଔଷଧ ପ୍ରୟୋଗ କରି ଚାଷ ଅମଳ କରି ଅର୍ଥ ଉପାର୍ଜନ କରୁଛନ୍ତି । ମାତ୍ର ଏହି ରାସାୟନିକ ସାର, କୀଟନାଶକ ପ୍ରୟୋଗ କରିବା ଦ୍ବାରା ମାଟିର ଉର୍ବରତା ହ୍ରାସ ପାଇବା ସହିତ ଅମଳ ହେଉଥିବା ଶସ୍ୟ, ପନିପରିବା ମାନବ ସମାଜ ପାଇଁ କିପରି ହାନିକାରକ ତାହା ଉପସ୍ଥିତ କୃଷକଙ୍କୁ ଅବଗତ କରିଥିଲେ। ଜୈବିକ ଖତ, ସାର ବ୍ୟବହାର କଲେ ତାହାର ଉପକାରିତା ସମ୍ପର୍କରେ ମଧ୍ୟ ଚାଷୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।