ପୁରା ଖବର ବିଷୟରେ



ବିଜେପି ପାର୍ଟିର ୱାର୍ଡ ନମ୍ୱର ୦୪ ରେ ପାର୍ଟି କାର୍ଯ୍ୟାଳୟ ଉଦଘାଟନ

Mar 15 2022 10:03AM
(ରାୟଗଡା ରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡା: ରାୟଗଡା ସହରରେ ବିଜେପି ପାର୍ଟିର ପୌର ପାଳିକl ନିର୍ବାଚନ ପ୍ରଚାର ପ୍ରସାର ଜୋର ଧରିଛି ଆଜି ସନ୍ଧ୍ୟା ସମୟରେ ରାୟଗଡା ପୌର ପରିଷଦ ବିଜେପି ପାର୍ଟିର ଅଧ୍ୟକ୍ଷ ପ୍ରାର୍ଥୀ ଶ୍ରୀ ପଦ୍ମନାଭ ଦାଶ ୱାର୍ଡ ନମ୍ୱର ୦୪ କାର୍ଯ୍ୟାଳୟ ଉଦଘାଟନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ରାୟଗଡା ପୌର ପରିଷଦ ୱାର୍ଡ ନମ୍ୱର ୦୪ର କାଉନସିଲର ପଦବୀ ପ୍ରାର୍ଥୀ ଶ୍ରୀ କୁମାର ସେଠୀ ରାୟଗଡା ଜିଲ୍ଲା ବିଜେପି ସଭପତି ଶ୍ରୀ ଶିବ ପଟ୍ଟନାୟକ, ରାୟଗଡା ଜିଲ୍ଲାର ପ୍ରଭାରୀ ଶ୍ରୀ ଗୋବିନ୍ଦ ଜୈନ ଜି, ବିଜେପି ନଗର ସଭାପତି ବିଦ୍ୟା ଭୂଷଣ ପଣ୍ଡା,ବିଜେପି ରାଜ୍ୟ ଓ ବି ସି ମୋର୍ଚ୍ଚା ଉପ ସଭାପତି ଏହି କାର୍ଯ୍ୟାଳୟ ଉଦଘାଟନ ସମୋହାରରେ ନଡିଆ ଭାଙ୍ଗି ଦ୍ଵୀପ ପ୍ରଜ୍ବଳନ, ପୂଜା କରି ରାୟଗଡା ଜିଲ୍ଲାର ପ୍ରଭାରୀ ଶ୍ରୀ ଗୋବିନ୍ଦ ଜୈନ ଜି ଫିତା କାଟି ଉଦଘାଟନ କରିଥିଲେ। ସେହି ୱାର୍ଡର ବହୁ ପୁରୁଷ ଓ ମହିଳା ଭୋଟର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଯୋଗ କରିଥିଲେ। ୱାର୍ଡ ୦୪ ର ଘର ଘରକୁ ଯାଏ ଭୋଟ ଭିକ୍ଷା କରିବାର ଦେଖିବାକୁ ମିଳିଛି।