ପୁରା ଖବର ବିଷୟରେ



ଭାଲୁ ଆକ୍ରମଣରେ ଜଣେ ଗୁରୁତର

Mar 15 2022 9:59AM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା କାଶିପୁର ବ୍ଲକ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ହାତିମୁଣ୍ଡା ଟିକିରି ଗ୍ରାମରେ କୃଷ୍ଟ ଝୋଡିଆ ଵୟସ 50 ଛେଳି ଚରାଇବାକୁ ପାଖ ଜଙ୍ଗଲକୁ ଯାଇଥିଲେ ଅପରାହ୍ନ ୧ଘଣ୍ଟା ସମୟରେ ପଛ ପଟୁ ଆସି ୨ଟି ଭାଲୁ ଆକ୍ରମଣ କରିଥିଲା ଯାହା ଫଳରେ କୃଷ୍ଟ ଝୋଡିଆ ଗୁରୁତର ଆଘାତ ହୋଇଯାଇଛନ୍ତି l ଆହତ ହେବାପରେ ବହୁ କଷ୍ଟରେ ଘରକୁ ଆସି ପରିବାର ଲୋକଙ୍କୁ ଜଣାଇବା ପରେ ଆମ୍ବୁଲାନ୍ସ ଫୋନ କରିଥିଲେ ଆମ୍ବୁଲାନ୍ସ ଆସିବାପରେ ଉଷାପଡା ଉତ୍କଳ ହଷ୍ପିଟାଲକୁ ଆଣିଥିଲେ । ବର୍ତମାନ ଚିକିସ୍ତା ଚାଲିଅଛିl ଏହି ଖବର ପାଈ ଟିକିରି ଵନ ଅଧିକାରୀ କାମେଶ୍ଵର ଆଚାରି ଘଟଣା ସ୍ଥଳକୁ ପହଞ୍ଚି ଏହାର ତଦନ୍ତ ଚାଲିଛି କହିଛନ୍ତି ଏହି ଭାଲୁ ଆକ୍ରମଣ ରେ ଗୁରୁତ୍ୱ ହୋଇଥିବା ଲୋକଙ୍କୁ କିଛି ସରକାରୀ ଆର୍ଥିକ ସହାୟତା କରାଯିବ ବୋଲି ଟିକିରି ଵନ ଅଧିକାରି କହିଛନ୍ତିl ଆହତ କୃଷ ଝୋଡ଼ିଆ ଗୁରୁତର ଅବସ୍ଥାରେ ଅଛନ୍ତି ।