ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲାପାଳଙ୍କ ରାମନାଗୁଡା ବ୍ଲକ ଗସ୍ତ

Mar 15 2022 9:56AM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାମନାଗୁଡ଼ା ପଞ୍ଚାୟତ ସମିତିର 5T ଅନ୍ତର୍ଗତ ରୂପାନ୍ତରୀକରଣ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ସମୀକ୍ଷା ଓ ଅନୁଧ୍ୟାନ ଦ୍ୱାରା ପ୍ରତ୍ୟେକ୍ଷ ଭାବେ କରାଯାଇଥିଲା । ଆଜି ରାମନାଗୁଡା ବ୍ଳକ ଗସ୍ତ ସମୟରେ , ସୁଲୁଡି ଉଚ୍ଚ ବିଦ୍ୟାଳୟ,ଓମଡିଙ୍ଗ ଉଚ୍ଚ ବିଦ୍ୟାଳଯ, ଗୁଳୁମୁଣ୍ଡା ଉନ୍ନିତ ଉଚ୍ଚବିଦ୍ୟାଳୟ, ଉକୁମ୍ବା ଉଚ୍ଚବିଦ୍ୟାଳୟ, ଦ୍ରୌପଦୀ ଵିଦ୍ୟାପୀଠ, ପରଲl ଉନ୍ନତି ଉଚ୍ଚବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାମାନଗୁଡା ଆଦି ୭ଟି ବିଦ୍ୟାଳୟର କାର୍ଯ୍ୟ ପରଖି ଥିଲେ ଏବଂ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତମାନର କରିବା ନିମନ୍ତେ ଵିଶେଷକରି ସ୍ମାର୍ଟ ଶ୍ରେଣୀଗୃହ,ବିଜ୍ଞାନ ଗାଁର, ପାଠାଗାର, ଖେଳପଡ଼ିଆ ଆଦି ବ୍ୟବସ୍ଥା କରାଯିବ ଉପରେ କାର୍ଯ୍ୟ କ୍ରମକୁ ଅନୁଧ୍ୟାନ କରିଥିଲେ l ଏହି ଗସ୍ତବେଳେ ଜିଲ୍ଲାପାଳ ତୁରନ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଗସ୍ତବେଳେ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକମାନେ , ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ l ଏହି ଗସ୍ତବେଳେ ଗ୍ରବାସୀ ମାନେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ l ଜିଲ୍ଲାପାଳଙ୍କ ଗସ୍ତ ସମୟରେ ରାମନାଗୁଡା ବି.ଡି.ଓ,ଜିଲା ଶିକ୍ଷା ଅଧିକାରୀ, ଏ.ଇ.ଇ ସଂପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷା ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।