ପୁରା ଖବର ବିଷୟରେ



ଆଉ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ରେ ମାଲକାନଗିରି ଜିଲ୍ଲାର ମୁଖ୍ଯ କୃଷି ଅଧିକାରୀଙ୍କ ବାସଭବନ ସମେତ ୬ଗୋଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

Mar 15 2022 9:49AM
ମାଲକାନଗିରି/ନବରଙ୍ଗପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘର ସମେତ ମାଲକାନଗିରି, ନବରଙ୍ଗପୁର ଓ ବିଶାଖାପାଟଣାର ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନବରଙ୍ଗପୁର ବାସଭବନ ସହ ଅନ୍ୟ ୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ତେବେ ତାଙ୍କର ମାଲକାନଗିରି କାର୍ଯ୍ୟାଳୟ, ବାସଭବନ ଏବଂ ବିଶାଖାପାଟଣାରେ ଥିବା ନିଜ ଘରେ ବି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।ଜିଲ୍ଲା କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ନାମରେ ପୂର୍ବରୁ ଦୀର୍ଘ ଦିନ ଧରି ଆୟ ବହିର୍ଭୂତ ସମ୍ପତି ଠୁଳ ରଖିଥିବା ଅଭିଯୋଗ ହୋଇ ଆସୁଥିଲା। ସେହି ଅଭିଯୋଗକୁ ଆଧାରକରି ଭିଜିଲାନ୍ସର ଟିମ୍ ଆଜି ସକାଳୁ ଚଢାଉ କରୁଛି। ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଅଛନ୍ତି।