ପୁରା ଖବର ବିଷୟରେ



ଦୁଇ ଜଣ ମୁଖା ପିନ୍ଧା ଯୁବକଙ୍କ ଛୁରା ମାଡରେ ଯୁବତୀ ଗୁରୁତର

Mar 15 2022 8:58AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ନୁଆପଡା ସହରରେ ଦୁଇ ଜଣ ମୁଖା ପିନ୍ଧା ଯୁବକଙ୍କ ଛୁରା ମାଡରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଗୁରୁତର ଯୁବତୀ ଜଣକ ସ୍ଥାନୀୟ ଇନ୍ଦିରା କଲୋନୀର ପୁଷ୍ପାଞ୍ଜଳି ଅଦା ବୟସ (୨୭) । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୋମବାର ରାତି ୮ ଟାରୁ ୯ ଭିତରେ ଇନ୍ଦିରା କଲୋନୀର ତୀର୍ଥ ଅଦାଙ୍କ ଝିଅ ପୁଷ୍ପାଞ୍ଜଳି ତାରିଣୀ ମନ୍ଦିର ନିକଟକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ଦୁଇ ଜଣ ମୁଖା ପିନ୍ଧା ଯୁବକ ଆସି ଏକ ଛୁରୀରେ ଆକ୍ରମଣ କରିଥିଲେ । ଏଥିରେ ଯୁବତୀ ଜଣକ ଲହୁଲୁହାଣ ହୋଇଥିଲେ । ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଯୁବତୀଙ୍କ ବାମ ଗାଲରେ କ୍ଷତ ଲାଗିଥିବା ବେଳେ ଏଥିରେ ୧୪ ଟି ଷ୍ଟିଚ ପଡିଛି । ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଘଟଣା ସ୍ଥଳ ରେ ପୁଲିସର ଏକ ଟିମ ହସ୍ପିଟାଲରେ ପହଂଚି ଗୁରୁତର ଯୁବତୀଙ୍କୁ ପଚରା ଉଚୁରା ଚଳାଇଥିବା ବେଳେ ଅନ୍ୟ ଏକ ଟିମ ଇନ୍ଦିରା କଲୋନୀରେ ପହଂଚି ଛାନଭିନ ଚଳାଇଥିବା ଏସଆଇ ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି । ତେବେ ଯୁବତୀଙ୍କ ଗଳା କାଟିବାକୁ ଉଦ୍ୟମ କରିବା ବେଳେ ଗାଲରେ ଛୁରୀ ବାଜିଥାବା ସନ୍ଦେହ କରାଯାଉଛି।