ପୁରା ଖବର ବିଷୟରେ



ସଡକ ଦୁର୍ଘଟଣାରେ ବାପ - ଝିଅ ମୃତ

Mar 15 2022 8:47AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ଅନୁଗୁଳ ଜିଲ୍ଲା ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥ କଲଣ୍ଡା ନିକଟରେ ସଡକ ଦୁର୍ଘଟଣାରେ ବାପ - ଝିଅଙ୍କ ମୃତ୍ଯୁ । ମୃତକମାନେ ହେଉଛନ୍ତି ସୁନୀଲ କୁମାର ସାହୁ ଓ ତାଙ୍କ ଝିଅ ଶିଖାରୀଣୀ ସାହୁ। ସୂଚନା ଅନୁଯାୟୀ, ଶିଖାରାଣୀ ରାଣୀ ସାହୁ କଣିହାଁ ଅଙ୍ଗନବାଡ଼ି କେନ୍ଦ୍ରର ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବାପା ସୁନୀଲ କୁମାର ସାହୁ କଣିହାଁର ଶିକ୍ଷା ବିଭାଗର ଏବିଓ ଥିଲେ। ଉଭୟ ବାପା-ଝିଅ ସବୁଦିନ ପରି ଆଜି ମଧ୍ୟ ଖମାର ସ୍ଥିତ ବାସଭବନରୁ ନିଜ କାର୍ଯ୍ୟସ୍ଥଳ କୁ ଯାଉଥିଲେ। ଯିବା ସମୟରେ ଅନୁଗୁଳ ପାଲଲହଡ଼ା ୧୪୯ ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍ ଆସି ତାଙ୍କ ବାଇକ୍‌କୁ ପିଟିଥିଲା। ଯାହାଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୁତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।ଖବର ପାଇ ଖମାର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।