ପୁରା ଖବର ବିଷୟରେ



ଅସଡା ଗ୍ରାମପଞ୍ଚାୟତର ନବନିର୍ବାଚିତ ସରପଞ୍ଚଙ୍କ ଦାୟିତ୍ଵ ଗ୍ରହଣ ।

Mar 13 2022 7:29PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଅସଡା ଗ୍ରାମପଞ୍ଚାୟତର ନବନିର୍ବାଚିତ ସରପଞ୍ଚଙ୍କ ଦାୟିତ୍ଵ ଗ୍ରହଣ । ରିପୋର୍ଟ: ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ ନୂତନ ଓଡ଼ିଶା ନିୟୁଜ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଅସଡା ଗ୍ରାମପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଶ୍ରୀ ସୁଦାମ ଶବରଙ୍କ ଦାୟିତ୍ଵ ଗ୍ରହଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନବନିର୍ବାଚିତ ସରପଞ୍ଚଙ୍କ ସମେତ ନାଏବ ସରପଞ୍ଚ, ସମିତି ସଭ୍ୟା,ଏବଂ ୱାର୍ଡ଼ ସଭ୍ୟସଭ୍ୟା ମାନେ ଅସଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଜଗତର ନାଥ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଧୂପଦୀପ ସହ ପ୍ରଦୀପ ପ୍ରଜ୍ବଳନ କରି ମନାସି ଥିଲେ ଏବଂ କିଛି ଗରିବଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ତତ୍ ପରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଶ୍ରୀ ଟି.ସୁରିନାରାୟଣଙ୍କ ତତ୍ତ୍ୱାବଧାନରେ ସମର୍ଥକମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ ମାଲ୍ୟାର୍ପଣ କରି ଆସନ ଅଳଙ୍କୃତ କରାଇବା ସହ ସ୍ବାଗତ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ନବନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ଼ ସଭ୍ୟସଭ୍ୟାମାନଙ୍କ ମୁଖରୁ ଜନହିତକର କାର୍ଯ୍ୟ, ଉନ୍ନୟନମୂଳକ କାର୍ଯ୍ୟ, ଜନ ସୂସମ୍ପର୍କ ସ୍ଥାପନ ବଜାୟ ରଖିବାକୁ ପ୍ରତିବଦ୍ଧତା ବକ୍ତବ୍ୟ ପ୍ରଦାନ କରିଥିଲେ । ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଟି.ସୁରି ପୂର୍ବତନ ଜି.ଆର.ଏସ. ତଥା ଆଜିର ନବନିର୍ବାଚିତ ସରପଞ୍ଚ ଶ୍ରୀ ସୁଦାମ ଶବରଙ୍କ ସରଳତା, ଜନସଂପର୍କ ଓ କାର୍ଯ୍ୟକ୍ଷମତା ଉପରେ ବିଭୋର ହୋଇ ଉଦବେଗର ସହ ଆନନ୍ଦର ଅଶୃ ଢାଳିଥିବା ଦେଖିବାକୁ ମିଳିଥିଲା ।ସଂଭାଷଣ ମଧ୍ୟରେ ପି.ଇ.ଓ. ଟି.ସୂରି ନବନିର୍ବାଚିତ ସରପଞ୍ଚ ଶ୍ରୀ ସୁଦାମ ଶବରଙ୍କୁ ଯୁଗ୍ମ ସ୍ବାକ୍ଷରିତରେ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ଏହି ଅବସରରେ ସମିତି ସଭ୍ୟା ଶ୍ରୀମତି ନମିତା କୁମାରୀ ଶବର,ନାଏବ ସରପଞ୍ଚ ଶ୍ରୀମତି ଆମୀ ଶବର ଏବଂ ୧୧ ଜଣ ୱର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିବାବେଳେ ଅସଡା ଗ୍ରାମପଞ୍ଚାୟତର ପୂର୍ବତନ ସମ୍ପାଦକ ଶ୍ରୀ ଦକ୍ଷ ଭଦ୍ରିକା, ଟଙ୍କଧର ଭଲଭାଇ,ଭୋଦ ପାତିକା, କେ.ବୁଲୁଡୁ, ଅଭିମନ୍ୟୁ ଶବର, ମୁରଲିଧର ନାମୁଲିପୁରୀ,ଜିତୁ ଶବର ସମେତ ବହୁ ସମର୍ଥକ ମାନେ ଯୋଗ ଦେଇଥିଲେ ।