ପୁରା ଖବର ବିଷୟରେ



ଏମ୍.କେ.ରାଇ.ଗ୍ରାମପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚଙ୍କ ଦାୟିତ୍ଵ ଗ୍ରହଣ ।

Mar 13 2022 12:05PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇ ଯାଇଛି, ବିଜୟୀ ପ୍ରାର୍ଥୀମାନେ ବିଜୟ ଶୋଭାଯାତ୍ରା ସହ ଆସନ ଗ୍ରହଣ ବଜାୟ ରଖିଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଏମ୍.କେ.ରାଇ ଗ୍ରାମ ପଞ୍ଚାୟତରେ ଆଜି ୧୧-୦୩-୨୦୨୨ ତାରିଖ ୮.୫୦ ମି.ସମୟରେ ନବନିର୍ବାଚିତ ସରପଞ୍ଚ ଶ୍ରୀମତି ତେୟାରଗ୍ରାସ୍ମୀ ଶବରଙ୍କ ଆସନ ଅଳଙ୍କୃତର ଶୁଭ ମୁହୂର୍ତ୍ତ ସହ ଦାୟିତ୍ଵ ଗ୍ରହଣ ସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶ୍ରୀମତି ଶବର ୱାର୍ଡ଼ ସଭ୍ୟ ସଭ୍ୟା ଏବଂ ସମର୍ଥକମାନଙ୍କୁ ନେଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବା ସହ ପ୍ରଥମେ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଧୂପଦୀପ ସହ ପ୍ରଦୀପ ପ୍ରଜ୍ବଳନ କରି ଆସନ ଅଳଙ୍କୃତ କରିଥିଲେ । ଏହି ଅବସରରେ ପୂର୍ବତନ ସରପଞ୍ଚ ଶ୍ରୀ ରାମଚନ୍ଦ୍ର ଗମାଙ୍ଗ, ପଞ୍ଚାୟତ ସଂମ୍ରସାରଣ ଅଧିକାରୀ ଶ୍ରୀ ଟି. ସୂରି ନାରାୟଣ, ନବନିର୍ବାଚିତ ସରପଞ୍ଚ ତେୟାରଗ୍ରାସ୍ମୀ ଶବର,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା, ଜି.ଆର.ଏସ.ସନ୍ତୋଷ କୁମାର ନାୟକ, ୱାର୍ଡ଼ ସଭ୍ୟ ସଭ୍ୟା ମଞ୍ଚାସିନ ରହିଥିବା ବେଳେ ସମର୍ଥିତ କର୍ମୀମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସମସ୍ତଙ୍କୁ ନେଇ ସଭା ଅନୁଷ୍ଠିତ ହୋଇଥିଲା,। ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ଦପ୍ତରରେ ପୂର୍ବତନ ସରପଞ୍ଚ ଶ୍ରୀ ରାମଚନ୍ଦ୍ର ଗମାଙ୍ଗଙ୍କ ଠାରୁ ନବନିର୍ବାଚିତ ସରପଞ୍ଚ ତେୟାରଗ୍ରାସ୍ମୀ ଶବର ସମସ୍ତ ଦାୟିତ୍ବ ଗ୍ରହଣ କରିଥିଲେ । ସୂଚନା ଥାଉକି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ ତେୟାରଗ୍ରାସ୍ମୀ ଶବର ନିକଟ ତମ ପ୍ରତିଦ୍ବନ୍ଦି ଶ୍ରୀମତୀ ଯୋଶଦା ଶବରଙ୍କ ଠାରୁ ୧୯୦ ଭୋଟ ବ୍ୟବଧାନରେ ବିଜୟୀ ହାସଲ କରିଥିଲେ । ସେ ପୂର୍ବତନ ସରପଞ୍ଚ ଶ୍ରୀ ରାମଚନ୍ଦ୍ର ଗମାଙ୍ଗଙ୍କୁ ସଭାସଦମାନଙ୍କ ଗହଣରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇ ସହ ସଭା ଶେଷର ଘୋଷଣା କରିଥିଲେ । ଆଜିର ଆସନ ଗ୍ରହଣ ଉତ୍ସବକୁ ସରପଞ୍ଚ ସମର୍ଥିତ ପ୍ରାର୍ଥୀ ଶ୍ରୀ ସୁଧିର ପାଲକା, ପ୍ରମୋଦ ମହାନନ୍ଦିଆ,ରାଘବ ବିଡିକା ଓ ବଂଶୀଧର ଶବର ପରିଚାଳନା କରିଥିବା ସୂଚନା ମିଳିଛି।