ପୁରା ଖବର ବିଷୟରେ



ବ୍ୟାପକ ସୁରକ୍ଷା ମଧ୍ୟରେ ଗୁଡ଼ାରୀ ବ୍ଳକ କାର୍ଯ୍ୟାଳୟରେ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ସମାପ୍ତ ।

Mar 13 2022 11:40AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବ୍ୟାପକ ସୁରକ୍ଷା ମଧ୍ୟରେ ଗୁଡ଼ାରୀ ବ୍ଳକ କାର୍ଯ୍ୟାଳୟରେ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ସମାପ୍ତ । ରିପୋର୍ଟ : ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ ନୂତନ ଓଡ଼ିଶା ନିୟୁଜ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ କାର୍ଯ୍ୟାଳୟରେ ବ୍ୟାପକ ସୁରକ୍ଷା ମଧ୍ୟରେ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯାଇଛି । ଆଜି ୧୨-୩-୨୦୨୨ ତାରିଖରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ କାର୍ଯ୍ୟାଳୟରେ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ନିମନ୍ତେ ପୋଲିସର କଡାକଡି ସୁରକ୍ଷା ଓ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସମୟ ସୀମା ମଧ୍ୟରେ ୯ ଜଣ ସମିତି ସଭ୍ୟ ସଭ୍ୟା ନିର୍ବାଚନ କକ୍ଷରେ ଉପସ୍ଥିତ ରହିଥିଲେ, ନିର୍ଧାରିତ ସମୟ ମଧ୍ୟରେ ଦୁଇ ଜଣ ପ୍ରାର୍ଥୀ ୧.ରଶ୍ମିତା ଶବର ଓ ୨.ଲକ୍ଷ୍ମୀ ଶବର ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ପ୍ରକ୍ରିୟାରେ ଯାଞ୍ଚ,ସ୍କୁଟିଂ ଓ କାୟାମ ପରେପରେ ନିର୍ବାଚନ ହୋଇଥିଲା । ଶେଷରେ ଶ୍ରୀମତୀ ରଶ୍ମିତା ଶବର ୪ ଗୋଟି ଭୋଟ ପାଇ ଥିବା ବେଳେ ଲକ୍ଷ୍ମୀ ଶବର ୫ ଗୋଟି ଭୋଟ ପାଇ ଏକ ଗୋଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।ଏହି ଅବସରରେ ନିର୍ବାଚନ ଅଧିକାରୀ ଭାବେ ପଦ୍ମପୁର ବିଡ଼ିଓ ଶ୍ରୀ ଦୟାମୟ ପାଢ଼ୀଙ୍କ ସମେତ ସହଯୋଗୀ ଦାୟିତ୍ବରେ ଶ୍ରୀ ପି.ହାରିନାଥ,ଜିପିଓ ପ୍ରଦୀପ କୁମାର ଶର୍ମା,ଏଇ ଆର ଡବ୍ଳ୍ୟୁ ଏସ ଏସ ନିଳାଞ୍ଚଳ ପଣ୍ଡା ଏବଂ ବିପିଏମ ନିର୍ବାଚନ ଦାୟିତ୍ବରେ ଥିବାବେଳେ, କଡାକଡି ସୁରକ୍ଷା ଦାୟିତ୍ବରେ ଗୁଡ଼ାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ,ଉପ ନିରୀକ୍ଷକ ଶ୍ରୀ ଅନିରୁଦ୍ଧ ଜାଲି, ଆରକ୍ଷୀ ଓ ଗୃହରକ୍ଷୀ ମାନେ ଉପସ୍ଥିତ ରହିଥିଲେ । ।