ପୁରା ଖବର ବିଷୟରେ



ଏମ୍.କେ.ରାଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅପ୍ରତିଦ୍ଵନ୍ଦୀ ଭାବେ ନାଏବ ସରପଞ୍ଚ ନିର୍ବାଚିତ ।

Mar 13 2022 11:28AM
ଏମ୍.କେ.ରାଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅପ୍ରତିଦ୍ଵନ୍ଦୀ ଭାବେ ନାଏବ ସରପଞ୍ଚ ନିର୍ବାଚିତ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଏମ.କେ.ରାଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନାଏବ ସରପଞ୍ଚ ନିର୍ବାଚନ ପ୍ରକ୍ରିୟାରେ ଅପ୍ରତିଦ୍ୱନ୍ଦୀ ଭାବେ ନାଏବ ସରପଞ୍ଚ ନିର୍ବାଚିତ ହୋଇଯାଇଛି । ଉକ୍ତ ନିର୍ବାଚନ ପ୍ରକ୍ରିୟାରେ ପ୍ରିଜାଇଡିଂ ଅଫିସର ଭାବେ ବିପିଏମ ଶ୍ରୀ ଶ୍ରୀ ମାନସ ରଞ୍ଜନ ବାରିକ ଉପସ୍ଥିତ ରହିଥିବା ବେଳେ ଜିଆରଏସ ଶ୍ରୀ ସନ୍ତୋଷ କୁମାର ନାୟକ ସହଯୋଗ କରିଥିଲେ । ପ୍ରଥମେ ଶ୍ରୀ ବାରିକ ନବନିର୍ବାଚିତ ସରପଞ୍ଚ ଓ ୱାର୍ଡ଼ ସଭ୍ୟ ସଭ୍ୟା ମାନଙ୍କୁ ସ୍ବାଗତ ଜଣାଇବା ସହ ନାଏବ ସରପଞ୍ଚ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧରେ ଅବଗତ କରାଇଥିଲେ ।ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏମ.କେ.ରାଇ ଗ୍ରାମପଞ୍ଚାୟତରେ ଏଗାର ଗୋଟି ୱାର୍ଡ଼ର ନବନିର୍ବାଚିତ ୱର୍ଡ ସଭ୍ୟ ସଭ୍ୟା ରହିଥିବା ବେଳେ ନାଏବ ସରପଞ୍ଚ ପ୍ରାର୍ଥୀ ପାଇଁ ଶ୍ରୀମତି ବନିତା ଶବର ୱାର୍ଡ଼ ସଭ୍ୟା ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ପ୍ରକ୍ରିୟାରେ ଯାହା ଯାହା ପ୍ରକ୍ରିୟା ଧାର୍ଯ୍ୟ ରହିଛି ତାହା ପ୍ରୋୟୋଗ କରିଥିଲେ । ଶେଷରେ ଶ୍ରୀମତୀ ବନିତା ଶବରଙ୍କୁ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ବୋଲି ଘୋଷଣା କରିଥିଲେ । ନିର୍ବାଚନ ପ୍ରକ୍ରିୟା ଶେଷ ପରେ ବିଜୟୀ ଉତ୍ସବ ପାଳନ କରିଥିଲେ । (ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ )