Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
କୋଭିଡ ନୀୟମକୁ ପାଳନକରି ରାୟଗଡରେ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ
Mar 12 2022 9:09PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା : କୋଭିଡ୍ ନୀୟମ କୁ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ରାୟଗଡ ମୁଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶୀପୁରରେ ଦୀର୍ଘ ଦିନ ଧରି ପଡିରହିଥିବା ୮୦ଟି ମାମଲାର ଫଇସଲା ହୋଇ ଜୋରିମାନା ବାବଦକୁ ଟ.୭୨,୧୩,୫୫୩/- (ବାସ୍ତୋରୀ ଲକ୍ଷ ତେର ହଜାର ପାଞ୍ଚ ଶହ ତେପନ) ଟଙ୍କ । ଓ ପ୍ରିଲିଟିଗେସନ ସମ୍ୱନ୍ଧିତ ୩୫ଟି ମାମଲାର ଫଇସଲା ହୋଇ ଜୋରିମାନା ବାବଦକୁ ଟ.୯,୮୩,୧୪୨/- (ନଅ ଲକ୍ଷ ତେୟାଅଶୀ ହଜାର ଶହେ ବୟାଳଶି) ଟଙ୍କ । ଆଦାୟ ହୋଇଛି । ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡା ପରିଚାଳନା କରିଥିଲେ । ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତୀ ରିନା ଚୌଧୁରୀ ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ପୋµ) ଶ୍ରୀମତୀ ସୋନାଲି ପଟ୍ଟନାୟକ, ରେଜିଷ୍ଟ୍ରି ଦେବିଜ୍ୟୋତି ମହାପାତ୍ର, ବରିଷ୍ଠ ଅଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ମହିଳା କୋର୍ଟ ର ବିଚାରପତି ଶ୍ରୀମତୀ ଶତରୂପା ଶତପଥୀ, ଅନୁବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀମତି ସୁଭାସିନି ବେହେରା ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ ଲାଇନ୍ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ରକ୍ଷା କରି ଲୋକମାନେ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ ।. ସେହିପରି ରାୟଗଡ ପରିବାର ଅଦାଲତ ପରିସରରେ ଆଜି ଲୋକଅଦlଲତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିବାର ଅଦାଲତର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ଦ୍ୱାରା ୭ଟି ଦେୱାନୀ ଓ ୬ଟି ଭରଣ ପୋଷଣ ମାମଲାର ଫଇସଲା ହୋଇଯାଇଛି । ଅପୋଷ ବୁଝାମଣା ମାଧ୍ୟମରେ ଏସବୁ ମାମଲାର ଫଇସଲା ପାଇଁ ପରିବାର ଅଦାଲତର କାଉନସେଲର ଶ୍ରୀ ଆଶା ଆକାଶ ଗୁରୁ ସହାୟତା କରିଥିଲେ । ଏହି ଜାତୀୟ ଲୋକ ଅଦାଲତରେ ଭରଣ ପୋଷଣ ତଥା ଆପୋଷ ସମାଧାନ ବାବଦକୁ ସମୁଦାୟ ଟ. ୬,୭୭,୫୨୦/- ଦେୟ ସହ ୧୩ଟି ପୁରୁଣା ପାରିବାରିକ ମାମଲାର ପୂର୍ଣ୍ଣଛେଦ ଘଟିଛି ।