ପୁରା ଖବର ବିଷୟରେ



ଗୋଷ୍ଠି ସଂଘର୍ଷ ପାଇଁ ବନ୍ଦ ରହିଲା ନାଏବ ସରପଞ୍ଚ ନିର୍ବ।ଚନ

Mar 12 2022 7:41PM
ଉଦଳା : ବନ୍ଦ ରହିଲା ନାଏବ ସରପଞ୍ଚ ନିର୍ବାଚନ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ନିର୍ବାଚନକୁ ବନ୍ଦ କରାଯାଇଛି । ଏଭଳି ଏକ ଘଟଣା ଉଦଳା ବ୍ଲକ ନୂଆଗାଁ ପଞ୍ଚାୟତରେ । ପଞ୍ଚାୟତରେ ୧୧ଟି ୱାର୍ଡ ରହିଥିବାବେଳେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହେଉଥିଲା । ଏଠାରେ ପଞ୍ଚାୟତ ନିର୍ବାଚନରେ ଚନ୍ଦ୍ରମୋହନ ପରିଆଳ ସରପଂଚ ଭାବେ ନିର୍ବାଚିତ ହୋଇଥିବାବେଳେ ସେ ୫ ଜଣ ୱାର୍ଡସଭ୍ୟଙ୍କୁ ଧରି ନିର୍ବ।ଚନ ମଇଦାନକୁ ଓହ୍ଲାଇଥିଲେ । ତାଙ୍କ ବିପକ୍ଷରେ ରହିଥିବା ପ୍ରାର୍ଥୀ ଜିତିବା ପାଇଁ ୬ଜଣ ୱାର୍ଡସଭ୍ୟଙ୍କୁ ନିଜ ସମର୍ଥକ ଭାବେ ରଖିଥିଲେ । ହେଲେ ନିର୍ବ।ଚନ ସମୟରେ ନୂଆଗାଁ ପଞ୍ଚାୟତ୍ତ କାର୍ଯ୍ୟାଳୟରେ ଉତ୍ତେଜନା ଦେଖା ଦେଇଥିଲା । ୩ ଜଣ ୱାର୍ଡସଭ୍ୟଙ୍କୁ ତାଙ୍କ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେବାକୁ ସୁଯୋଗ ଦିଆଯାଇ ନ ଥିଲା । ସେମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରରୁ ବାହାର କରି ଦିଆଯାଇଥିଲା । ଫଳରେ ଭୋଟ ଗ୍ରହଣ କେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା ସହିତ ମାରପିଟ କରିଥିଲେ । ଦୀର୍ଘ ସମୟ ଧରି ଏଠାରେ ଚାପା ଉତ୍ତେଜନା ଲାଗି ରହିଥିଲା । ଏ ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଶେଷରେ ଏହି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବ।ଚନକୁ ସ୍ଥଗିତ ରଖାଯାଇଛି ।