ପୁରା ଖବର ବିଷୟରେ



ଉଦଳା ଉପଖଣ୍ଡ ରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ

Mar 11 2022 7:49PM
(ମୟୁରଭଞ୍ଜ ଉଦଳାରୁ ରାଜୀବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା ର ଉଦଳା ଉପଖଣ୍ଡ ରେ ସରକାରୀ ବାଳିକା ବିଦ୍ୟାଳୟ ରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦୁଇଟି ଷ୍ଟେଜ ରେ ଅନୁଷ୍ଠିତ ହୋଇଛି, ପ୍ରଥମ ଷ୍ଟେଜ ରେ 92 ଜଣ, ଦ୍ୱିତୀୟ ଷ୍ଟେଜ ରେ 112 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ସୂଚନା ରୁ ଜଣା ପଡିଛି ,ଆଜି 11ତାରିଖ ଶୁକ୍ରବାର ସକାଳ 9 ଘଟିକା ରୁ ଆରମ୍ଭ ହୋଇ 12ଟା ସମୟରେ ଶେଷ ହେଇଛି l ଦୀର୍ଘଦିନ ବ୍ୟବଧାନ ପରେ ପିଲାମାନେ ପାଠ ପଢି ଅଫ ଲାଇନରେ ପରୀକ୍ଷା ଦେବା ପାଇଁ ବହୁତ ଆଗ୍ରହ ପିଲାମାନଙ୍କ ଠାରେ ଦେଖିବା କୁ ମିଳିଛି , ଅଭିଭାବକ ମାନେ ଉତ୍ସାହ ସହକାରେ ପିଲାମାନ ଙ୍କୁ ଅପେକ୍ଷା କରି ଥିବାର ନଜର କୁ ଆସିଛି l ପରୀକ୍ଷା କେନ୍ଦ୍ର ପରିଚାଳନା ଦାୟିତ୍ୱ ରେ ଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀ କୋଭିଡ ନିୟମକୁ ପାଳନ କରି ପିଲାମାନେ କିପରି ଶୃଙ୍ଖଳା ର ସହିତ ପରୀକ୍ଷା ଦେବେ ସେଥିପାଇଁ ଯତ୍ନବାନ ହୋଇଛନ୍ତି l ସୂଚନା କ୍ରମରେ ପରୀକ୍ଷା କେନ୍ଦ୍ରରେ ଉଦଳା ଉପଖଣ୍ଡ , କପ୍ତିପଦା, ଖୁଣ୍ଟା ବ୍ଲକ ର ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଯୋଗ ଦାନ କରିଛନ୍ତି l ଉପସ୍ଥିତ ଥିବା ଅଭିଭାବକ ଏବଂ ସ୍କୁଲ ଅଧକ୍ଷ ମହାଶୟ ଶ୍ରୀଯୁକ୍ତ ଭାଗବତ ବେହେରା ତାଙ୍କର ପ୍ରତିକ୍ରିୟା ଦେଇ ଛନ୍ତି ।