ପୁରା ଖବର ବିଷୟରେ



ରାସ୍ତା କାମରେ ନିୟୋଜିତ ଗାଡିରେ ନକ୍ସଲ ଲଗାଇଲେ ନିଆଁ

Mar 11 2022 7:52AM
ମାଲକାନଗିରି ଜିଲ୍ଲାର ସିମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ରାସ୍ତା କାମରେ ନିୟୋଜିତ ଥିବା ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି। କିଷ୍ଟରାମ ଅଂଚଳର ଧର୍ମପେଣ୍ଟା ଗ୍ରାମ ନିକଟରେ ଏହି ଘଟଣା ଘଟିଛି। । ଏଠାରେ ଚାଲିଥିବା ରାସ୍ତା କାମରେ ନିୟୋଜିତ ଥିବା ହାଇୱା ଗାଡିକୁ ଗତକାଲି ରାତିରେ ନକ୍ସଲମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି। ରାସ୍ତା କାମ ଚାଲିଥିବା କ୍ୟାମ୍ପ ନିକଟରେ ନକ୍ସଲମାନେ ଏକତ୍ରୀତ ହୋଇ କାମରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ତୁରନ୍ତ ସେଠାରୁ ହଟିଯିବାକୁ କହିଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାସ୍ତା କାମକୁ ଆରମ୍ଭରୁ ନକ୍ସଲମାନେ ବିରୋଧ କରି ଆସୁଥିଲେ।