ପୁରା ଖବର ବିଷୟରେ



ତିହିଡ଼ି ରାମନାରାୟଣ ହାଇସ୍କୁଲ୍‌ର ରେ ପ୍ଲାଟିନମ୍ ଜୁବୁଲି ସମାରୋହ ଅନୁଷ୍ଠିତ

Mar 11 2022 7:38AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ଭଦ୍ରକ/ତିହିଡ଼ି: ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଭଦ୍ରକ ଗସ୍ତ ରେ ଆସିବା ଅବସରରେ ତିହିଡ଼ି ବ୍ଲକ୍‌ ଅଧୀନ ତାଳପଦା ସ୍ଥିତ ରାଜ୍ୟ ସଂଗୀତ ମାନ୍ୟତା ପାଇଥିବା ବନ୍ଦେ ଉତ୍କଳ ଜନନୀର କାଳଜୟୀ ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମାଧିପୀଠାରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କାନ୍ତକବିଙ୍କ ସ୍ମୃତି ମନ୍ଦିର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ତଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ, ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ବିଡିଓ ବସନ୍ତ କୁମାର ସାହାଣୀ, ଅତିରିକ୍ତ ତହସିଲଦାର ଅଙ୍କିତା ମହାନ୍ତି, ତିହିଡ଼ି ଥାନା ଅଧିକାରୀ ତପନ କୁମାର ପ୍ରଧାନ, ପୀରହାଟ ଥାନା ଅଧିକାରୀ ଗୟାଧର ବେହେରା, ଜିଲ୍ଲା ପରିଷଦ ସଭ୍ୟା ରୁଜାତା ପଣ୍ତା, ସମିତି ସଭ୍ୟ ଚିନ୍ତାମଣି ଦାସ, ସରପ‌ଞ୍ଚ ଜୟଶ୍ରୀ ବେହେରା, ସସ୍ମିତା ମଳିକ ଓ ସଂଜୀବ ବେହେରା, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ତା, ପ୍ରାକ୍ତନ ବ୍ଲକ୍‌ ଉପାଧ୍ୟକ୍ଷ ମାନସ ପାଠୀ, ସମାଜସେବୀ ସଂଗ୍ରାମ ଆଚାର୍ଯ୍ୟ ବାଣୀକଲ୍ୟାଣ ମହାପାତ୍ର, ହରେକୃଷ୍ଣ ଜେନା, ଶଶଧର ସାମଲ, ସୁଧାଂଶୁ ନାୟକ, ବସନ୍ତ ପତି, କୀର୍ତ୍ତନ ରାଉତ, କମଳାକାନ୍ତ ସ୍ବାଇଁ, ରାକେଶ ମହାପାତ୍ର, ଅଣାକାର ତ୍ରିପାଠୀ, ହରିଶ୍ଚନ୍ଦ୍ର ମିଶ୍ର, ଉତ୍ତମ ମହାପାତ୍ର, ଅମର ସେଠୀ ପ୍ରମୁଖଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବହୁ ଅ‌ଞ୍ଚଳବାସୀ ଉପସ୍ଥିତ ଥିଲେ।