ପୁରା ଖବର ବିଷୟରେ



ତଳନଗର ନିକଟରୁ ୧୩୫ ଲିଟର ଜିଞ୍ଜର ଜବତ କରିବା ସହ ଜଣକୁ ଗିରଫ କରିଛି ସୋର ପୋଲିସ

Mar 11 2022 7:02AM
ବାଲେଶ୍ବର/ ସୋର : ଝାଡଖଣ୍ଡରୁ ସୋର ଚୋରା ଜିଞ୍ଜରର ଲମ୍ବିଛି ଚେର। ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ନିକଟରୁ ୧୩୫ ଲିଟର ଜିଞ୍ଜର ପୋଲିସ ଜବତ କରିବା ସହ ଜଣକୁ ଗିରଫ କରିଛି। ଖଇରା ବ୍ଲକ୍ ସାଉଣ୍ଡିଆ ଭାଟପଡା ଅଞ୍ଚଳର ବୌକୁଣ୍ଠ ବିଶ୍ବାଳ ଝାଡଖଣ୍ଡରୁ ଚୋରାରେ ଜିଞ୍ଜର୍ ଆଣି ଥିଲେ। ଏହାକୁ ସୋର ଥାନା ତଳନଗର ନିକଟରେ ଏକ ସ୍ଥାନରେ ୧୩୫ ଲିଟର ଜିଞ୍ଜର୍ ବେଆଇନ୍ ଭାବେ ବିକ୍ରି ପାଇଁ ଲୁଚାଇ ରଖିଥିଲେ। କୌଣସି ସୁତ୍ରରୁ ଖବର ପାଇ ନିଳଗିରି ରେଞ୍ଜ ଅବକାରି ଆଇଆଇସି ନାରାୟଣ ବେହେରା ଓ ସୋର ଅବକାରି ଓଆଇସି ଲକ୍ଷେସାଧବ ପ୍ରଧାନ ଏବଂ ତାଙ୍କ ଟିମ୍ ଚଢାଉ କରି ୩୦୦ ବୋତଲ ଜିଞ୍ଜର ଜବତ କରିଥିଲେ। ଯାହା ୧୩୫ ଲିଟର ହେବ । ଏଥି ସହ ବୌକୁଣ୍ଠ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।