ପୁରା ଖବର ବିଷୟରେ



କାର ସହ ଟ୍ରାକ୍ଟର ର ମୁହାଁମୁହିଁ ଧକା, ଜଣେ ଶ୍ରମିକ ଆହତ

Mar 10 2022 9:03PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଅନ୍ତର୍ଗତ ରମନାଗୁଡ଼ା ବ୍ଲକରେଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ତିନି ଜଣ ଯୁବକ ଓଡି୦୭ଏ ୭୫୫୫ ନମ୍ବର ବିଶିଷ୍ଟ ନିଜ କାର ରେ ବ୍ରହ୍ମପୁର ଠାରୁ କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଓଡ଼ି ୧୮ ଡି ୩୩୧୨ ଡାଲା ଓ ଓଡି୧୮ଡି ୩୩୧୩ ଇଞ୍ଜିନ ନମ୍ବର ବିଶିଷ୍ଟ ଟ୍ରାକ୍ଟର ଟି ରାମନାଗୁଡା ଠାରୁ ବାଲି ଖାଲି କରି ଗୁମୁଡା ଯାଉଥିବା ବେଳେ ରାମନାଗୁଡା ସଦର ଠାରୁ ୪ କିଲୋମିଟର ଦୂର ପାର୍ଲା ଠାରେ ଟ୍ରାକ୍ଟର ସହ କାର ର ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି,ଟ୍ରାକ୍ଟର ଟି ଖାଲ ଗୁମୁଡ଼ା ର ଗ୍ରାମର ହୋଇଥିବା ବେଳେ ଡ୍ରାଇଭର ନବୀନ ବିଡ଼ିକା ସୁରକ୍ଷିତ ଭାବେ ଥିବା ବେଳେ ଉକ୍ତ ଟ୍ରାକ୍ଟର ରେ ନିୟୋଜିତ ଥିବା ଖମ୍ବାଗୁଡା ଗ୍ରାମର ରମେଶ ନାମକ ଶ୍ରମିକଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ସୂଚନା ମିଳିଛି, ସେହିପରି କାର ରେ ଯାତ୍ରା କରୁଥିବା ତିନି ଜଣ ଯୁବକ ଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କାର ଟିର ସମ୍ମୁଖ ଭାଗ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି, ଏମାନଙ୍କ ମଧ୍ୟରୁ ତିନି ଯୁବକ ଙ୍କ ପରିଚୟ ମିଳିପାରି ନାହିଁ, ଥି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।