ପୁରା ଖବର ବିଷୟରେ



ରାତି ଅଧରେ ଚୋରି କରିବା କୁ ଆସି ଧରାପଡିଲା ମଦ୍ୟପ ଚୋର

Mar 10 2022 7:44AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ନବରଙ୍ଗପୁର/ଉମରକୋଟ :  ରାତି ଅଧରେ ଚୋରି କରିବାକୁ ଆସି ଧରାପଡିଲା ମଦ୍ୟପ ଚୋର। ରାତି ସାରା ଚୋରକୁ ଧରି ନିର୍ଦ୍ଧୁମ୍ ଛେଚିଲେ ପରିବାର ଲୋକେ। ବିଳମ୍ବିତ ରାତିରେ ମାଛ ଚୋରି କରିବା ବେଳେ ଧରା ପଡିବାରୁ ଜଣେ ଚୋରଙ୍କର ଏଭଳି ଦୁର୍ଦ୍ଦଶା ଘଟିଛି। ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକରେ ଏଭଳି ଘଟଣା ଘଟିଛି। ସୂଚନାନୁଯାୟୀ ରାଇଘର ବ୍ଲକ ସଦର ମହକୁମାର (ଡିଏନ୍‌କେ) କଲେଜ୍ ନିକଟସ୍ଥ ଏକ ସାହିରେ ରହୁଥିବା ରିନା ସର୍ଦ୍ଦାର ଓ ବାବୁ ସର୍ଦ୍ଦାର ଏକୋଇଶିଆ ଭୋଜି ପାଇଁ ମାଛ କିଣି ନିଜ ଘର ପଛପଟେ ରଖିଥିଲେ l ପାରୁଆ ପଞ୍ଚାୟତ ଘୁମୁରାପଦର ଗ୍ରାମର ଶ୍ରୀକାନ୍ତ ମାଳୀ ନାମକ ଜଣେ ଯୁବକ ଏହି ମାଛ ଚୋରି କରିବା ପାଇଁ ବିଳମ୍ବିତ ରାତିରେ ତାଙ୍କ ଘରେ ପଶିଥିଲା l ଏହି ସମୟରେ ବାବୁ ସର୍ଦ୍ଦାରଙ୍କ ଘର ଲୋକ ଏହା ଜାଣିପାରି ଚୋରକୁ କୌଶଳ କ୍ରମେ ବାନ୍ଧି ରାତି ସାରା ଅଟକାଇ ରଖିଥିଲେ । ଖବର ପାଇ ସକାଳ ୯ଟାରେ ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରିଛନ୍ତି।