Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l
Mar 10 2022 6:01AM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l (ସମାଜରେ ନିଶାମୁକ୍ତ ଯେପର୍ଯ୍ୟନ୍ତ ହୋଇନାହିଁ ସେପର୍ଯ୍ୟନ୍ତ ଆମେ ଆଗକୁ ଯାଇପାରିବା ନାହିଁ:- ରାୟଗଡା ଜିଲ୍ଲାପାଳ) ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ଆଜି ସ୍ଥାନୀୟ ମିଶନ ଶକ୍ତି ହୋଅଳଠାରେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅବକାରୀ ନିରୀକ୍ଷକ ସୀମା କିରଣ ବେକ,ଶିକ୍ଷାବିତ ଡା ନରେନ୍ଦ୍ର କୁମାର ମିଶ୍ର, ଡା ଦୁଷ୍ମନ୍ତ କୁମାର ମହାନ୍ତି,ସଂସାଧକ ଶ୍ରୀ ନକୁଳ ମୋହନନ୍ଦ, ବରିଷ୍ଠ ରାଜ୍ୟ ସଂଯୋଜକ ପଙ୍କଜ ଗୁପ୍ତା,ରାଜ୍ୟ ସଂଯୋଜିକା କୁମାରି ସ୍ଵର୍ଣନନ୍ଦ ମହାପାତ୍ର, କୁମାରୀ ଶ୍ରୀୟା ସାହାଣୀ, ନିଶାମୁକ୍ତ ଭାରତ ଅଭିଯାନ ନୂଆଦିଲ୍ଲୀ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି ନିଜର ବକ୍ତବ୍ୟରେ କହିଲେ ଯେ ସମାଜରେ ଯେପର୍ଯ୍ୟନ୍ତ ନିଶା ମୁକ୍ତ ହୋଇନାହିଁ ସେପର୍ଯ୍ୟନ୍ତ ଆଗକୁ ବଢ଼ିପରିବା ନାହି l ଯୁବବର୍ଗର ସଚେତନତା ଆବଶ୍ୟକ l ସ୍ବେଚ୍ଛାସେବୀ ମାନେ ତାଲିମ ଗ୍ରହଣ କରି ସମର୍ପିତ ହୋଇ କାର୍ଯ୍ୟ କରିବା ଦରକାର l ସେହିପରି ଶିକ୍ଷାବିତ ଡା ନରେନ୍ଦ୍ର କୁମାର ମିଶ୍ର ନିଜର ବକ୍ତବ୍ୟରେ କହିଲେ ଯେ ଆଦିବାସୀ ଅଞ୍ଚଳରେ ସ୍ବେଚ୍ଛାସେବୀ ମନେ ସଠିକ ଭାବରେ କାର୍ଯ୍ୟ କଲେ ନିଶାମୁକ୍ତ ହୋଇପାରିବ l ଗ୍ରାମାଞ୍ଚଳରେ ପଥ ପ୍ରାନ୍ତ ନାଟକ ଓ ସଙ୍ଗୀତ ନାଟକ ମାଧ୍ୟମରେ ସଚେତନ କଲେ ନିଷମୁକ୍ତ ହୋଇପାରିବ ବୋଲି କହିଥିଲେ l ସେହିପରି ଅନ୍ୟତମ ବକ୍ତା ଶିକ୍ଷାବିତ ଡା ଦୁଷ୍ମନ୍ତ କୁମାର ମହାନ୍ତି ନିଜର ବକ୍ତବ୍ୟରେ କହିଲେ ଯେ ନିଶାମୁକ୍ତ ଭାରତ ଏକ ସୁନ୍ଦର ପରିକଳ୍ପନା ଓ ଯୋଜନା ଯାହା ଆଜିର ସମାଜରେ ଆବଶ୍ୟକତା ରହିଛି l ଏହା ଜନସଚେତନତା ସୃଷ୍ଟି ମଧ୍ୟମରେ ନିଶା ସେବନ ରୋକିପାରିବ l ଏହି କ୍ଷେତ୍ରରେ ସ୍ବେଚ୍ଛାସେବୀ ମାନେ ସଙ୍କଳ୍ପବଦ୍ଧ ଭାବେ କର୍ତବ୍ୟ ସମ୍ପାଦନା କରିବା ଆବଶ୍ୟକ ବୋଲି କହିଥିଲେ l ରାଜ୍ୟସ୍ତରୀୟ ସଂଶଧକମାନେ ସ୍ୱେଚ୍ଛାସେବୀ ମାଙ୍କୁ ତାଲିମ ପ୍ରଦାନ କରିଥିଲେ l ଏହି ଆଲୋଚନାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ତରିଆ କୁଲୁ,ଉପଖଣ୍ଡ ସାମାଜିକ ଅଧିକାରୀ ରାୟଗଡ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଗୁଣପୁର,ଏଲ ସଂନ୍ତୋଷ କୁମାର ପ୍ରମୁଖ ଯୋଗଦାନ କରିଥିଲେ l