ପୁରା ଖବର ବିଷୟରେ



ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌: ସିସି କ୍ୟାମେରାରେ କଏଦ ହେଲା ଫଟୋ

Mar 9 2022 2:13AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) କେନ୍ଦୁଝର: ଘସିପୁରା ଥାନା ୨୦ନମ୍ବର ଜାତୀୟ ରାଜପଥ ବାରିଗାଁ-ବେଲବାହାଳି ଛକ ନିକଟରୁ ଜଣେ ଅଟୋପାର୍ଟସ୍ କମ୍ପାନିର କର୍ମଚାରୀଙ୍କଠାରୁ ପାଖାପାଖି ୩୦ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କମ୍ପାନିର କର୍ମଚାରୀ ଭଦ୍ରକର ସୁଶାନ୍ତ ପଣ୍ଡା ବେଲବାହାଳି ଛକରେ ଥିବା ମହିମା ହୋଟେଲରେ ଖାଉଥିବା ସମୟରେ ଲୁଟେରାମାନେ ଟଙ୍କା ଲୁଟି ନେଇଛନ୍ତି। ସୂଚନା ଅନୁସାରେ ସୁଶାନ୍ତ ଆନନ୍ଦପୁର ଅଞ୍ଚଳକୁ ଟଙ୍କା କଲେକ୍ସନ ପାଇଁ ଆସିଥିଲେ। ଦିନ ପ୍ରାୟ ଦୁଇଟାବେଳେ ଟଙ୍କା ବ୍ୟାଗ୍ ବାଇକ୍ ଡିକିରେ ରଖି ହୋଟେଲ ଭିତରକୁ ଖାଇବାକୁ ଯାଇଥିଲେ। ଖାଇବା ସମୟରେ ଦୁଇଜଣ ଯୁବକ ଆସି ଡିକି ଖୋଲି ଟଙ୍କା ବ୍ୟାଗକୁ ନେଇ ଏକ ବାଇକରେ ଚାଲି ଯାଇଥିଲେ। ସୁଶାନ୍ତ ଏ ସମ୍ପର୍କରେ ଘସିପୁରା ଥାନାରେ ଅଭିଯୋଗ କରିବାପରେ ପୁଲିସ୍ ସିସିଟିଭି ଫୁଟେଜ୍ କୁ ଆଧାରକରି ତଦନ୍ତ ଆରମ୍ଭ କରିଛି ।