ପୁରା ଖବର ବିଷୟରେ



କାୟାକଳ୍ପ ଟିମ୍ ର କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

Mar 9 2022 1:42AM
(ତୃପ୍ତିମୟୀ ପ୍ରଧାନ କଂ ରିପୋର୍ଟ) କୁଡୁମୁଲୁଗୁମ୍ମା, ସ୍ୱାସ୍ଥ୍ୟ ବ୍ୟବସ୍ଥା ର ଗୁଣବତ୍ତା, ଭିତ୍ତିଭୂମି ର ଉନ୍ନତିକରଣ ସହ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଯୋଜନା କୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାର ମଝିରେ ମଝିରେ ଏହାର ତର୍ଜମା କରିଥାନ୍ତି ଓ ଉକ୍ତ ବିଷୟରେ ତର୍ଜମା ପାଇଁ କାୟାକଳ୍ପ ନାମକ ଏକ ଟିମ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ପରିଦର୍ଶନ କରିବା ସହ ବିଭିନ୍ନ ସମସ୍ୟା ଦୂରୀକରଣ ଓ ଏହାର ଆଶୁ ସମାଧାନ ନିମନ୍ତେ ସରକାରଙ୍କୁ ଅବଗତ କରାଇ ଥାନ୍ତି । ଆଜି ଏହି କ୍ରମରେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ର ସ°ଯୁକ୍ତ ନିର୍ଦ୍ଦେଶକ ଡ଼. ରାମକୃଷ୍ଣ ସତପଥି°କ ନେତୃତ୍ବରେ ଏକ ଟିମ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିବା ଜଣାପଡିଛି । ଉକ୍ତ ଟିମ ରେ ରାଜ୍ୟ NCD ର ପ୍ରକଳ୍ପ ପରିଚାଳକ ଲଳିତ ମୋହନ ସାହୁ,ରାଜ୍ୟ ତମ୍ବାଖୁ ନିୟନ୍ତ୍ରଣ ବିଭାଗର ପ୍ରକଳ୍ପ ଅଧିକାରୀ ଡ଼. ବିଶ୍ବ ରଞ୍ଜନ ପୁରୋହିତ, ରାଜ୍ୟ ସ୍ୱାସ୍ଥ୍ୟ ଗୁଣବତ୍ତା ର ସହକାରୀ ପରିଚାଳକ ସଚୀନ ଦେବ ଗଉଡ଼ ଓ ମାଲକାନଗିରି ଜିଲ୍ଲା NCD ର ସହକାରୀ ପରିଚାଳକ ଶୀବ ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ପରିଦର୍ଶନ କରିଛନ୍ତି । କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀ, ବିପିଏମ୍ ହର ପ୍ରସାଦ ତାରିଣୀ, ସଞ୍ଜୟ କୁମାର ପୃଷ୍ଠି,ପଦ୍ମ ଚରଣ ପଣ୍ଡା, ରଞ୍ଜନ କୁମାର ନାୟକ, ପି. ଧିରେଶ ପାତ୍ର ଓ ଇନ୍ଦ୍ରଜୀତ ଦାସ ପ୍ରମୁଖ ମୁଖ୍ୟ ଫାଟକରେ ଉପସ୍ଥିତ ରହି କାୟାକଳ୍ପ ଟିମ ସଦସ୍ୟ°କୁ ସ୍ୱାଗତ କରିଥିଲେ । କାୟାକଳ୍ପ ଟିମ ପାଖାପାଖି ୬ ରୁ ୭ ଘଣ୍ଟା ହସପିଟାଲ ପରିସରରେ ରହି ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଦିଗ ପ୍ରତି ତନ୍ନତନ୍ନ କରି ତର୍ଜମା କରିଥିବା ଜଣାପଡିଛି ।