ପୁରା ଖବର ବିଷୟରେ



ଜିଲା ଆଇନ ସେବା ପ୍ରାଧିକରଣ ରାୟଗଡା ଆନ୍ତର୍ଜାତୀୟ ମହିଲା ଦିବସ ପାଳନ”

Mar 8 2022 9:59PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ମଙ୍ଗଳବାର ଦିନ ସକାଳ ଘ.୯.୩୦ମି ସମୟ ରେ ସ୍ଥାନୀୟ “Sahayoga Institute of GNM Training College” ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ “ଆନ୍ତର୍ଜାତୀୟ ମହିଲା ଦିବସ ପାଳିତ” ହୋଇଯାଇଛି I ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ୤ ର ଅଧ୍ୟ ଶ୍ରୀ ବିକ୍ରମ କେଶରୀ ପଟ୍ଟନାଏକ ଙ୍କ ଅଧ୍ୟ ତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ “ଆନ୍ତର୍ଜାତୀୟ ମହିଲା ଦିବସ” ପାଳିତ ହେବା ସହିତ PWDV Act, P.C. & PNDT Act, Pocso Act, Victim Compensation Scheme ଉପରେ ଆଲୋଚନା ହୋଇଥିଲା I ଏଥିରେ ପରିବାର ଅଦାଲତ ର୍ ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ଅତିରିକ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ସୋନାଲି ପଟ୍ଟନାଏକ,ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତି ନିବେଦିତା ପଣ୍ଡା, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି, ନ୍ୟାୟଧିକାରୀ ଶ୍ରୀମତି ସୁଭାସିନି ବେହେରା, ଏ.ଡି,ଏମ୍ ଶ୍ରୀ ସୋମନାଥ ପ୍ରଧାନ, ଜି.ଏନ୍.ଏମ୍ ଟ୍ରେନିଙ୍ଗ କଲେଜ ର ପ୍ରିନ୍ସିପାଲ ଓ ଡ. ଶ୍ରୀ ରଏ , ଏ.ଡି.ପି.ଏଚ୍.ଓ, ଡି.ଏଚ୍.ଏଚ୍, ରାୟଗଡ,ପାନେଲ ଓକିଲ ଶ୍ରୀ ସାମୁଏଲ୍ ତାଣ୍ଡି ସମସ୍ତ ବାଧାବିଘ୍ନ କୁ ଖାତିର୍ ନକରି ନିଜର ଲଖ୍ୟ ପଥରେ ଅଗ୍ରସର ହେଲେ ସଫଳତା ମିଳିପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ନିଜର ଅଭିଭାଷଣରେ ଆଲୋଚନା କରିଥିଲେ୤ I ଜିଲ୍ଳା ଆଇନ ସେବା ପ୍ରାଧିକରଣର ସଭାପତି ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାଏକ ନିଜର ବହୁମୂଲ୍ୟ ଅଭିଭାଷଣ ରେ ଆନ୍ତର୍ଜାତୀୟ ମହିଲା ଦିବସ ପାଳନର ବିଶେଷତ୍ବ ଏବଂ ମହିଳା ମାନଙ୍କ ପ୍ରତି ଆମର ଦାୟିତ୍ବ ବିଷୟରେ ପୌରାଣିକ ଦୃଷ୍ଟାନ୍ତ ମାଧ୍ୟମରେ ଖୁବ୍ ସୁନ୍ଦର ଭାବରେ ବୁଝାଇ ଥିଲେ୤ I ଅନ୍ୟ ମାନଙ୍କ ମଧ୍ୟରେ ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ ଅସୁବିଧାରେ ସମ୍ମୁଖୀନ୍ନ ହୋଇଥିବା ମହିଳା ମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା ବିଷୟ ରେ ଧାରଣା ଦେଇଥିଲେ I ଏକ ସୁସ୍ଥ ସମାଜ ପାଇଁ ପ୍ରତ୍ୟକ ନାରୀ ଶିକ୍ଷିତ ହେବା ସଙ୍ଗେସଙ୍ଗେ ଆର୍ଥିକ ସ୍ବଚ୍ଛଳ ହେବା ଏକାନ୍ତ ଆବଶ୍ୟକ ବୋଲି ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି କହିଥିଲେ I ନ୍ୟାୟାଧିକାରୀ ଶ୍ରୀମତି ସୁଭାସିନି ବେହେରା୤ ମହିଳା ମାନଙ୍କ ପାଇଁ ଉପଲବ୍ଧ ଥିବା ସାମ୍ବିଧାନିକ ଅଧିକାର ଓ Indian Penal Code ରେ ବର୍ଣ୍ନିତ ବିଭିନ୍ନ ଆଇନ ବିଷୟରେ ବୁଝାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ “Sahayoga Institute of GNM Training College” ର ଛାତ୍ର ଛାତ୍ରୀ, କର୍ମକର୍ତ୍ତା ମାନଙ୍କର ଉପସ୍ଥିତି ଏବ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କର ପ୍ରତ୍ୟ ତତ୍ତାବଧାନରେ ଏହି କାର୍ଯ୍ୟକ୍ରମ ଟି ସଫଳତାର ସହିତ ଶେସ ହୋଇଛି I