ପୁରା ଖବର ବିଷୟରେ



ଆଟୋ ରିକ୍ସା ଦୁର୍ଘଟଣାରେ ୧୦ ଆହତ , ୨ ଗୁରୁତର*

Mar 7 2022 4:59AM
(ନବରଙ୍ଗପୁର ରୁ ଗୁରୁପ୍ରସାଦ ପଣ୍ଡାଙ୍କ ରିପୋର୍ଟ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡଙ୍ଗାପକନା ନିକଟରେ ଆଜି ଅପରାହ୍ନ ରେ ଏକ ଯାତ୍ରୀବାହୀ ଆଟୋ ରିକ୍ସା ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲିଟି ପଡିବାରୁ ପ୍ରାୟ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ ଅତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଫାଂପୁଣି ଗ୍ରାମର ଏକ ଅଟୋ ( ଓଡ଼ି ୨୪ ଇ - ୭୮୨୫ ) ରେ ଝାଡ଼କଣ୍ଡାପୁରି ଗ୍ରାମର ପ୍ରାୟ ୧୦ ଜଣଙ୍କୁ ନେଇ ଏକ ବିବାହ ପ୍ରସ୍ତାବ ନେଇ ନିଜ ଗାଁ କୁ ଅପରାହ୍ନ ୪ଟା ସମୟରେ ଫେରିବା ସମୟରେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡଙ୍ଗାପକନା ର ଏକ ବୁଲାଣି ନିକଟରେ ଅଟୋ ଡ୍ରାଇଭର ଗାଡିଟିକୁ ଆୟତ୍ତ କରି ନ ପରିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ରୁ ପ୍ରାୟ ୫ ଫୁଟ ତଳକୁ ଓଲଟି ପଡ଼ିଥିଲା । ଏଥିରେ ଯାତ୍ରା କରୁଥିବା ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୨ ଜଣ ଅତି ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ଜାଣି କୋଡ଼ିଙ୍ଗା ସ୍ଥିତ ଜାହାଜଭଟ୍ଟା ସାହିର କିଛି ଲୋକ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ୧୦୮ ଆମ୍ବୁଲାନ୍ସ ଆସି ସମସ୍ତ ଆହତ ମାନଙ୍କୁ କୋଷାଗୁମୁଡ଼ା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିବା ବେଳେ ଅଟୋ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।