ପୁରା ଖବର ବିଷୟରେ



ଡ୍ରାଇଭର ମହାସଂଘର ଏକ ବୈଠକ ଅନୁଷ୍ଠିତ

Mar 7 2022 4:51AM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ କୁମୁଡାବାଲି ଠାରେ ଓଡିଶା ଡ଼୍ରାଇଭର ମହାସଂଘ ଏକ ବୈଠକ ରେ ବିଭିନ୍ନ ଜିଲ୍ଲା ଓ ବ୍ଲକ ର ସଭାପତି , ସମ୍ପାଦକ ସାମିଲ ହୋଇଥିଲେ ମୁନିଗୁଡ଼ା ବ୍ଲକ ର ସାରଥି ମହାସଂଘ ଆନୁକୂଲ୍ୟ ରେ ବିରାଟ ପଟୁଆର ନେଇ ପ୍ରଥମେ କୁମୁଡାଵାଲି ର ଅଧିଷ୍ଠାତ୍ରୀ ମାଁ ଠାକୁରାଣୀ ଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ଥିଲେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାରଥୀ ଭାଇଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରି,ପୂର୍ବରୁ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଡ୍ରାଇଭର ଅକାଳ ବିୟୋଗ କୁ ନେଇ ୨ମିନିଟ ଶାନ୍ତି ପ୍ରାର୍ଥନା କରିଥିଲେ।ବୈଠକ ରେ ଚାଳକ ଭାଇମାନେ ପରିବାର ସୁରକ୍ଷା ଓ ଦେଶର ରକ୍ଷା କୁ ନେଇ ଗମ୍ଭୀର ଭାବରେ ଆଲୋଚନା କରିଥିଲେ, ସମସ୍ତଙ୍କ ମନରେ ଏକତା ଓ ଭାଇଚାରା ଦେଖିବାକୁ ମିଳିଥିଲା ହେଲେ ଚାଳକଙ୍କ ମନରେ ଗଭିର ଦୁଃଖ ମଧ୍ୟ ଦେଖିବାକୁ ମିଳିଥିଲା , ସମସ୍ତଙ୍କ ମନରେ ଗୋଟିଏ ଦାବି ଥିଲା ଚାଳକ ମହାସଂଘ ରାଜ୍ୟ ସରକାର ଙ୍କ ନିକଟରେ ୧୧ ଗୋଟି ଦାବି ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ ସରକାର ଙ୍କ ତରଫରୁ ୮ଗୋଟି ଦାବି କୁ ଗ୍ରହଣ କରିଛନ୍ତି ସତ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ବି ଦାବି ର ସଫଳ ରୁପାୟନ ହେଇନଥିବା ଦୁଃଖ ର ସହ ପ୍ରକାଶ କରିଥିଲେ, କହିଛନ୍ତି କି ଦେଶର ଜବାନ ଓ କିଷାନ ଭଳି ଚାଳକ ମଧ୍ୟ ଦେଶ ଉନ୍ନତି ପ୍ରଗତି ର ଅଙ୍ଗାଙ୍ଗୀ ଭାବେ ଜଡିତ କିନ୍ତୁ ଦେଶରେ ଜବାନ ଓ କିଷାନ କୁ ସମ୍ମାନ ମିଳୁଥିବା ଵେଳେ ଜଣେ ଚାଳକକୁ ଉପେକ୍ଷିତ କେତେ ଗ୍ରହଣୀୟ ? ଯଦି ଡ୍ରାଇଭର ଚକା ବନ୍ଦ ଆନ୍ଦୋଳନ ରେ ଓଲାହିଲେ ତା ହେଲେ ଦେଶର ଆର୍ଥିକ ପରିସ୍ଥିତି ରେ ସିଧାସଳଖ ପ୍ରଭାବ ପଡିବ ଆମେ ବି ଦେଶର ଅର୍ଥନୀତି କୁ ସୁଦ୍ରୁଢ କରିବାକୁ ଇଛାକରିଛୁ ହେଲେ ପରିବାର ଓ ନିଜ ଶରିର ପାଇଁ ସରକାର ତରଫରୁ କୌଣସି ଧ୍ୟାନ ଦିଆନଯିବା ଦୁଃଖ ଦାୟକ, ଆମେ ଶାନ୍ତିପୂର୍ଣ୍ଣ ଭାବେ ଆମର ଦାବି ରଖିଅଛୁ ସରକାର ଯଦି ଦାବିଗୁଡିକୁ ପୂରଣ ନ କରନ୍ତି ତା ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ପ୍ରକାଶ କରିଛନ୍ତି ।