ପୁରା ଖବର ବିଷୟରେ



ବରଗଡ଼ ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ର 7th କଲର ବେଲ୍ଟ ଟେଷ୍ଟ ଦୁଇ ଦିବସୀୟ ର ଆଜି ଉଦଘାଟନ ଉତ୍ସବ

Mar 5 2022 7:34PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ଶନିବାର ଦିନ ସକାଳ 10 ଟା ରେ ସ୍ଥାନୀୟ ଭଟଲି ଛକ ଠାରେ ବରଗଡ଼ ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ର 7th ବେଲ୍ଟ କଲର ଟେଷ୍ଟ କାର୍ଯ୍ୟକ୍ରମ ଆସୋସିଏସନ ର ସଭାପତି ଶ୍ରୀ ନବକିଶୋର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଣିଜ୍ୟିକ ଶାଖା ର ମୁଖ୍ୟ ପ୍ରବନ୍ଧକ ବଣିଜ ଶ୍ରୀ ବିନାୟକ ଖମାରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଖମାରୀ ଙ୍କୁ ସଭାପତି ଶ୍ରୀ ପାଣିଗ୍ରାହୀ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଓଡିଶା ଟାଏକୋଣ୍ଡୋ ଆସୋସିଏସନ ର ମୁଖ୍ୟ ଶ୍ରୀ ମନମୋହନ ଭଞ୍ଜ , ବରଗଡ଼ ଜିଲ୍ଲା ସମ୍ପାଦକ ତଥା କୋଚ୍ ଶ୍ରୀ ବିଜୟ କୁମାର ଭୋଇ,ଉପସଭାପତି ଶ୍ରୀ ଆଶୁତୋଷ ରଥ,ସହ ସମ୍ପାଦିକା ଶ୍ରୀମତୀ ରାଜଶ୍ରୀ ବଗର୍ତ୍ତି, କୋଷାଧ୍ୟକ୍ଷ ଶ୍ରୀମତୀ ଶ୍ରୀୟା ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇଥିଲେ । ଉକ୍ତ ବେଲ୍ଟ ଟେଷ୍ଟ ରେ 25 ଜଣ କୃତି ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଶେଷରେ ରାଜଶ୍ରୀ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।